Latest Odisha News

BREAKING NEWS

ଗଣିତ ଓଏମଆର ସିଟ୍ ଗାଏବ ଘଟଣା, ୪ଜଣଙ୍କ ବିରୋଧରେ ମାମଲା ରୁଜୁ

କଟକ : ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକସ୍ଥିତ ଏସଏସଡି ହାଇସ୍କୁଲରେ ୧୦୮ଟି ଗଣିତ ଓଏମଆର ସିଟ୍ ଗାଏବ ଘଟଣାର ଗୋଟିଏ ଦିନ ପରେ ବୋର୍ଡର ନିର୍ଦ୍ଦେଶକ୍ରମେ ପରୀକ୍ଷା କେନ୍ଦ୍ରର ୪ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଡଃ ଜାହାନ ଆରା ବେଗମ୍ କହିଛନ୍ତି, ବୋର୍ଡ ପକ୍ଷରୁ ବିଇଓ (ବ୍ଲକ୍ ଶିକ୍ଷା ଅଧିକାରୀ)ଙ୍କୁ ଏହି ଘଟଣାର ଯାଞ୍ଚ କରିବା ଲାଗି ଥାନାରେ ଏକ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ନିର୍ଦ୍ଦେଶକୁ କାର୍ଯ୍ୟକ୍ଷମ କରିବାକୁ ଯାଇ ବିଇଓ ସୋମବାର ଦିନ ପଡିଆ ଥାନାରେ କେନ୍ଦ୍ର ଅଧିକ୍ଷକ, ଉପାଧିକ୍ଷକ, ପର୍ଯ୍ୟବେକ୍ଷକ ଓ ଜଣେ ପିଅନଙ୍କ ନାମରେ ମାମଲା ରୁଜୁ କରିଛନ୍ତି ।

ଆହୁରି ମଧ୍ୟ “ପୋଲିସର ତଦନ୍ତ ସରିଲେ ଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଅଧିକ୍ଷକ ରବିବାର ଦିନ ପଡିଆ ଥାନାରେ ଏକ ମାମଲା ରୁଜୁ କରାଇଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏହି ଘଟଣାରେ ୫ ଜଣ ଶିକ୍ଷକଙ୍କୁ ହେପାଜରେ ନେଇ ପଚରାଉଚରା ଜାରି କରିଥିଲା ।

Leave A Reply

Your email address will not be published.