Latest Odisha News

BREAKING NEWS

‘ଜୟ ପାଲେଷ୍ଟାଇନ’ ନାରା ଦେଇ ଫସିଲେ ଓୱେସି, ଦାଏର ହେଲା ମାମଲା

ନୂଆଦିଲ୍ଲୀ: ମଙ୍ଗଳବାର ସଂସଦରେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱେସି ଲୋକସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ପାର୍ଲାମେଣ୍ଟରେ ଶପଥ ନେବା ବେଳେ ସେ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ଏବେ ପୁରା ଏସିଆରେ ନେଇ ବିବାଦ ଦେଖାଯାଇଛି । ସେ ଦେଇଥିବା ବିବାଦୀୟ ନାରା ପାଇଁ ଏବେ ସାରା ଦେଶରେ ରାଜନୀତି ସରଗରମ ରହିଛି। ସେ ଶପଥ ଗ୍ରହଣ ସମୟରେ ଜୟ ପାଲେଷ୍ଟାଇନର ସ୍ଲୋଗାନ ଉଠାଇଛନ୍ତି।

ଏହି ବିବାଦୀୟ ନାରାକୁ ନେଇ ତାଙ୍କ ନାଁରେ ଏବେ ଅଭିଯୋଗ ହୋଇଛି। ତାଙ୍କ ନାଁରେ ବୁଧବାର ଦୁଇଟି ମାମଲା ଦାଏର ହୋଇଛି। ମଙ୍ଗଳବାର ସଂସଦରେ ଅସଦୁଦ୍ଦିନ ଓୱେସିଙ୍କ ବିବୃତ୍ତି ପରେ ଶାସକ ଦଳର ସଦସ୍ୟମାନେ ହଙ୍ଗମା କରିଛନ୍ତି ଏବଂ ଏହାକୁ ରେକର୍ଡରୁ ହଟାଇବାକୁ ମଧ୍ୟ କାର୍ଯ୍ୟକାରୀ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ ପଞ୍ଚମ ଥର ପାଇଁ ହାଇଦ୍ରାବାଦରୁ ନିର୍ବାଚିତ ସଦସ୍ୟ ଅସଦୁଦ୍ଦିନ ଓୱେସି ଗତକାଲି ଉର୍ଦ୍ଦୁ ଭାଷାରେ ଶପଥ ନେଇଥିଲେ। ତାଙ୍କ ଶପଥ ପରେ ମୁସଲମାନମାନଙ୍କ ପାଇଁ AIMIM ର ସ୍ଲୋଗାନ ଉଠାଇବା ବ୍ୟତୀତ ସେ ତାଙ୍କ ରାଜ୍ୟ ତେଲେଙ୍ଗାନା ଏବଂ ବାବା ସାହେବ ଭୀମ୍ ରାଓ ଆମ୍ବେଦକରଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେହି ସମୟରେ ଓୱେସି ଜୟ ପାଲେଷ୍ଟାଇନର ସ୍ଲୋଗାନ ମଧ୍ୟ ଉଠାଇଥିଲେ।

ଏହାକୁ ନେଇ ବିଜେପି ବିଧାୟକ ଟି.ରାଜା ସିଂ ଅସଦୁଦ୍ଦିନ ଓୱେସିଙ୍କୁ ଟାର୍ଗେଟ କରିଛନ୍ତି। ମିଳିଥିବା ସୂଚନାନୁସାରେ ତାଙ୍କ ନାଁରେ ପ୍ରଥମ ମାମଲା ଦାଏର କରିଛନ୍ତି ଆଇନଜୀବୀ ହରିଶଙ୍କର ଜୈନ । ଶପଥ ପାଠ ବେଳେ ଦେଇଥିବା ବିବାଦୀୟ ନାରା ପାଇଁ ଏହି ମାମଲା ଦାଏର କରାଯାଇଛି । ସେହିଭଳି ଦ୍ୱିତୀୟ ମାମଲା ଦାଏର କରିଛନ୍ତି କରିଛନ୍ତି ଆଇନଜୀବୀ ଭିନୀତ ଜିନ୍ଦଲ ।

Comments are closed.