Latest Odisha News

BREAKING NEWS

ଏମ୍ସରେ ୫ କରୋନା ଆକ୍ରାନ୍ତ ଡାକ୍ତରଙ୍କ ସ୍ୱାସ୍ଥବସ୍ଥା ସ୍ଥିର; ସୂଚନା ଦେଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୂବିଜ୍ଞାନ ସଂସ୍ଥାନ (ଏମ୍ସ)ର ପାଞ୍ଚ ଜଣ କରୋନା ଆକ୍ରାନ୍ତ ଡାକ୍ତରଙ୍କ ସ୍ୱାସ୍ଥବସ୍ଥା ସ୍ଥିର ରହିଥିବା ନେଇ ଗୁରୁବାର ଦିନ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।

ଏମ୍ସ, ଭୁବନେଶ୍ୱର ପକ୍ଷରୁ କରାଯାଇଥିବା ଏକ ଟ୍ୱିଟ୍ ଅନୁଯାୟୀ ପ୍ରଥମ ଡାକ୍ତରଙ୍କ ସମସ୍ତ କଣ୍ଟାକ୍ଟ ନେଗେଟିଭ ବାହାରିଥିବା ବେଳେ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ୟ ଚାରିଜଣଙ୍କର କଣ୍ଟାକ୍ଟ ଗୁଡିକୁ ପରୀକ୍ଷା କରାଯାଉଛି।

ଡାକ୍ତରଖାନାର ୨୫୦ରୁ ଅଧିକ କର୍ମଚାରୀଙ୍କର କରୋନା ପରୀକ୍ଷା ନେଗେଟିଭ ବାହାରିଛି ବୋଲି ଏମ୍ସ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୪ରେ ଜଣେ ଜୁନିୟର ଡାକ୍ତର ଏବଂ ଅନ୍ୟ ଚାରିଜଣ ଜୁନ୍ ୯ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ପାଞ୍ଚ ଜଣ ସଂକ୍ରମିତ ଡାକ୍ତରଙ୍କୁ ଡାକ୍ତରଖାନାର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଛି।

Comments are closed.