Latest Odisha News

BREAKING NEWS

ପୁରୀ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି: ଏସପି ପିନାକ ମିଶ୍ର

ଭୁବନେଶ୍ୱର: ପୁରୀ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ଏନେଇ ପୁରୀ ଏସପି (ପ୍ରଭାରୀ) ପିନାକ ମିଶ୍ର ବୁଧବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ମାମଲାର ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। “ତଦନ୍ତକାରୀ ଅଧିକାରୀ ଡିଏସ୍ପି ରାଙ୍କ ଅଧିକାରୀ କଳ୍ପନା କୌରୀ, ବଳଙ୍ଗା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଦିଲ୍ଲୀରେ ଅଛନ୍ତି। ସେମାନେ ଏକ ବିସ୍ତୃତ ତଦନ୍ତ କରୁଛନ୍ତି ଏବଂ ଏହି ମାମଲାରେ ପ୍ରମାଣ ସଂଗ୍ରହ କରିବା ପାଇଁ ସମ୍ପୃକ୍ତ ଲୋକଙ୍କୁ ପଚରାଉଚରା କରୁଛନ୍ତି। ସେମାନେ ପୁଣି ପୀଡିତାଙ୍କ ସହ ଯୋଗାଯୋଗ କରିବେ”।

ପୋଲିସ ଏହି ମାମଲାକୁ ଅତ୍ୟନ୍ତ ସମ୍ବେଦନଶୀଳତାର ସହିତ ପରିଚାଳନା କରୁଛି। “ତାଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ପ୍ରାଥମିକତା। ଘଟଣା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ସେ ବିଷୟରେ କହିବା ପାଇଁ ଏହା ସଠିକ୍ ସମୟ ନୁହେଁ। ଆମେ ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଛୁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ୧୫ ବର୍ଷୀୟା ନାବାଳିକାଙ୍କୁ ଜୁଲାଇ ୧୯ ସକାଳେ ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀ କୂଳରେ ତିନି ଜଣ ଲୋକ ଅପହରଣ କରି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସେ ୭୦% ପୋଡ଼ିଯାଇଥିବା ବେଳେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରେ ଜୁଲାଇ ୨୦ ତାରିଖରେ ଏମ୍ସ-ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇଥିଲା।

 

Comments are closed.