Latest Odisha News

BREAKING NEWS

୨୦ ବେଳକୁ ବଙ୍ଗୋପସାଗରରେ ଲଘୁଚାପ, ଆରମ୍ଭ ହେବ ମୌସୁମୀ ଅପସାରଣ ପ୍ରକ୍ରିୟା !

ଭୁବନେଶ୍ୱର: ଆସୁଛି ଲଘୁଚାପ, ବର୍ଷାରେ ଭିଜିବ ଓଡ଼ିଶା । ୧୮ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ମୁହାଁଇ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

ପ୍ରଭାବରେ ରାଜ୍ୟରେ ଆସନ୍ତା ସପ୍ତାହରେ ବର୍ଷା ହେବ । ତେବେ ଲଘୁଚାପ ଘନୀଭୂତ ହୋଇ ଅବପାତ ପରେ ବାତ୍ୟାର ରୂପ ନେବ କି ନାହିଁ ସେନେଇ ପାଣିପାଗ ବିଭାଗ କୌଣସି ଆକଳନ କରି ନାହିଁ । ତେବେ ୧୮ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ଅନ୍ୟପଟେ ରାଜ୍ୟରୁ ଆରମ୍ଭ ହେବ ମୌସୁମୀ ଅପସାରଣ ପ୍ରକ୍ରିୟା । ଆଗାମୀ ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ଅନୁକୂଳ ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.