Latest Odisha News

“କନଫାଇନଡ୍ ସ୍ନେକ ରେସ୍କ୍ୟୁ” କର୍ମଶାଳା: ସାପ ଧରିବେ କେମିତି?

ଭୁବନେଶ୍ଵର: ସ୍ନେକ୍ ହେଲ୍ପ ଲାଇନ ଏବଂ ସିଟି ଫରେଷ୍ଟ ଡିଭିଜନ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି “କନଫାଇନଡ୍ ସ୍ନେକ ରେସ୍କ୍ୟୁ” କର୍ମଶାଳା । ଏଇ କର୍ମଶାଳାରେ ରାଜ୍ୟର ବିଭିନ୍ନ କୋଣରୁ ପ୍ରାୟ ୭୫ ଜଣ ସାପ ଉଦ୍ଧାରକାରୀ ଏବଂ ସିଟି ଫରେଷ୍ଟ ଏବଂ ଚନ୍ଦକା ଡିଭିଜନ ର ମୋଟ ୪୦ ଜଣ ବନ କର୍ମଚାରୀ ଯୋଗ ଦେଇଥିଲେ । ଶତପଥୀ ଏଇ କର୍ମଶାଳା କୁ ଉଦଘାଟନ କରିଥିଲେ ସିଟି ଡିଏଫଓ ଅଜିତ ।

କର୍ମଶାଳାରେ କୂଅ ଭିତରେ ସାପ ଖସି ପଡ଼ିଥିଲେ କିପରି ଉଦ୍ଧାର କରାଯିବ, ସେ ନେଇ ପ୍ରାକଟିକାଲ ଟ୍ରେନିଂ ମଧ୍ୟ ଦିଆଯାଇଥିଲା । ସାପ ଉଦ୍ଧାରକାରୀ ଶରୀରରେ ହାର୍ନେସ ବାନ୍ଧି ରୋପ ଲ୍ୟାଡ଼ର୍ ରେ ତଳକୁ ଓହ୍ଲେଇ ସାପ ଉଦ୍ଧାର କରିବା କୌଶଳ ଅଭ୍ୟାସ କରିଥିଲେ । ସେହିପରି ସିଟି ଫରେଷ୍ଟ ଡିଭିଜନର ମହିଳା ଫରେଷ୍ଟର ଅର୍ଚ୍ଚନା ପାଲଟା ସିଂହ ଏବଂ ସରୋଜିନୀ ସାହୁ ୧୨ ଫୁଟ ଗଭୀର ଟାଙ୍କି ଭିତରେ ପଶି ନିର୍ଭୀକ ଭାବରେ ସାପକୁ ଉଦ୍ଧାର କରି ଡେମୋ ଦେଖେଇ ଥିଲେ ।

ଅନ୍ୟପଟେ କୂଅ ଭିତରେ ପଶିଲେ ମଣିଷ କିପରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧାର ସମ୍ମୁଖୀନ ହୋଇଥାଏ, କୁଅ ବା ସେହି ଭଳି କନଫାଇନଡ୍ ସ୍ଥାନ ରେ ସାପ ଏବଂ ଅନ୍ୟ ବନ୍ୟପ୍ରାଣୀ ମାନେ ଖସି ପଡ଼ିଲେ ସେମାନଙ୍କର ବ୍ୟବହାର ପରିବର୍ତ୍ତନ ଏବଂ ସ୍ବାସ୍ଥ୍ୟ ସମସ୍ୟା, ସାପ ମାନଙ୍କର ଜୀବନ ଚକ୍ର ଆଦି ବିଷୟରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ବୁଝାଇ କହିଥିଲେ ବିଶିଷ୍ଟ ଅତିଥି ଗଣ ।

 

Comments are closed.