Latest Odisha News

BREAKING NEWS

କଂଗ୍ରେସ ଗୋଟିଏ ପରିବାରରୁ କେବଳ ଗୋଟିଏ ଟିକଟ ଦେବ: ଜିତେନ୍ଦ୍ର ସିଂହ

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଯେକୌଣସି ପରିବାରରୁ କେବଳ ଗୋଟିଏ ଟିକଟ ବ୍ୟତୀତ ଅଧିକ ଟିକଟ ଦେବନାହିଁ ବୋଲି ସ୍ପଷ୍ଟ କରିଛି କଂଗ୍ରେସ ।

କଂଗ୍ରେସ ଭବନରେ ଗୁରୁବାର ଦିନ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ସୂଚନା ଦେଇ ଏଆଇସିସି ନେତା ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି, ନିର୍ବାଚନରେ ଲଢିବା ଲାଗି ପରିବାରରୁ କେବଳ ଗୋଟିଏ ଟିକଟ ବ୍ୟତୀତ ଅଧିକ ଟିକଟ କଂଗ୍ରେସ ଦେବ ନାହିଁ ଏବଂ ଏହା ଦଳ ନିଷ୍ପତ୍ତି ନେଇଛି ।

“ଯଦି ଗୋଟିଏ ପରିବାରରୁ କୌଣସି ବରିଷ୍ଠ ନେତାଙ୍କୁ ନିର୍ବାଚନ ଲଢିବା ଲାଗି ଟିକଟ ବଣ୍ଟନ କରାଯାଇଥାଏ ତେବେ ସେ ତାଙ୍କର ପ୍ରାର୍ଥିତ୍ୱକୁ ନିଜ ପରିବାରରେ ଥିବା ପୁଅ କିମ୍ବା ଝିଅଙ୍କୁ ଦେଇ ପାରନ୍ତି, ” ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ବାଧିକ ଟିକଟ ମହିଳା, ଯୁବଗୋଷ୍ଠୀ ତଥା ନୂଆ ଚେହେରାଙ୍କୁ ଦେବା ଲାଗି ଦଳ ନିଷ୍ପତ୍ତି ଗ୍ରହଣ କରିଛି ।

“ ଓଡ଼ିଶାରେ ୫୦ ପ୍ରତିଶତ ଯୁବବର୍ଗ ରହିଥିବାର କଥାକୁ ବିଚାର କରି ଯୁବଗୋଷ୍ଠୀଙ୍କୁ ଅଧିକମାତ୍ରାରେ ନିର୍ବାଚନ ମଣ୍ଡଳୀଗୁଡ଼ିକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦିଆଯିବ,” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.