Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] CMC ନିର୍ବାଚନ: ଗିରିବାଳା ବେହେରାଙ୍କୁ କଂଗ୍ରେସର ମେୟର ପ୍ରାର୍ଥୀ ଘୋଷଣା

କଟକ: କଟକ ମହାନଗର ନିଗମ ପାଇଁ କଂଗ୍ରେସ ଏହାର ମେୟର ପ୍ରାର୍ଥୀ ଘୋଷଣା କରିଛି | ପୌର ନିର୍ବାଚନ ନେଇ ଆଜି କଂଗ୍ରେସ ପକ୍ଷରୁ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି | କଟକ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାମ କଂଗ୍ରେସ ଚୂଡାନ୍ତ କରିଥିବାବେଳେ ୨ ଦିନ ଭିତରେ ଭୁବନେଶ୍ୱର ପାଇଁ ତାଲିକା ଘୋଷଣା ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି |

ତେବେ ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) ମେୟର ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଛି । ପୌର ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ ଏହି ଘୋଷଣା କରାଯାଇଛି ।

Comments are closed.