Latest Odisha News

BREAKING NEWS

ଡିସେମ୍ବର ୬ରେ ‘ଇଣ୍ଡିଆ’ ମେଣ୍ଟ ବୈଠକ ଡାକିଲା କଂଗ୍ରେସ

ନୂଆଦିଲ୍ଲୀ: ଏପଟେ ୪ ରାଜ୍ୟର ଫଳାଫଳ ସାମ୍ନାକୁ ଆସିବା ପରେ ହତାଶ ହୋଇଛି କଂଗ୍ରେସ । ଯଦିଓ ସମ୍ପୂର୍ଣ ଚିତ୍ର ଏ ଯାଏ ସ୍ପଷ୍ଟ ହୋଇନାହିଁ ତଥାପି ତେଲେଙ୍ଗାନାକୁ ଛାଡିଦେଲେ ଅନ୍ୟ ସବୁଠାରେ ପଛରେ ପଡିଛି କଂଗ୍ରେସ । ଏପରି ସ୍ଥିତିରେ ଡିସେମ୍ବର ୬ ତାରିଖରେ ବିପକ୍ଷ ମେଣ୍ଟ ‘ଇଣ୍ଡିଆ’ର ବୈଠକ ଡାକିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଦିଲ୍ଲୀରେ ବିରୋଧୀ ମେଣ୍ଟର ସବୁ ସହଯୋଗୀଙ୍କୁ ବୈଠକ ପାଇଁ ନିମନ୍ତ୍ରଣ ପତ୍ର ପଠାଇଛନ୍ତି ।

କୁହାଯାଉଛି, କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ମେଣ୍ଟ ବୈଠକ ପାଇଁ ସବୁ ସହଯୋଗୀ ଦଳର ମୁଖ୍ୟଙ୍କୁ ଫୋନ କରି ଡାକିଛନ୍ତି । ଖଡଗେ ଡିଏମକେ, ଟିଏମସି ସହ ଅନ୍ୟ ସହଯୋଗୀଙ୍କୁ ଫୋନ କରି ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ କାହିଁକି ଏହି ବୈଠକ ଡକାଯାଇଛି ଏବଂ କେଉଁ ପ୍ରସଙ୍ଗରେ ଆଲୋଚନା କରାଯିବ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ସୂଚନାଥାଉ କି ଆଗାମୀ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ଓ ଅନ୍ୟଦଳମିଶି ଇଣ୍ଡିଆ ମେଣ୍ଟ ଗଢିଛନ୍ତି । ଏହି ମେଣ୍ଟର ନେତ୍ୱତ୍ୱ କଂଗ୍ରେସ ନେଉଛି । ୨୦୨୩ ଜୁଲାଇରେ ଏହି ମେଣ୍ଟ ଗଠନ କରାଯାଇଥିଲା ।

Leave A Reply

Your email address will not be published.