Latest Odisha News

BREAKING NEWS

‘ଭାରତ ଯୋଡୋ’ ନାଁରେ କଂଗ୍ରେସ ରାଲି କରିପାରିବ, ‘ଭାରତ ମାତା କି ଜୟ’ ନାରାରେ ଅଡ଼ୁଆ କାହିଁକି?

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡା ମଙ୍ଗଳବାର କହିଛନ୍ତି ଯେ କଂଗ୍ରେସର ନା ଦେଶ ପ୍ରତି ନା ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ପ୍ରତି କାହା ପ୍ରତି ସମ୍ମାନ ରହିଛି? ଏହି ଦଳ କେବଳ ଗୋଟିଏ ସ୍ୱତନ୍ତ୍ର ପରିବାରର ମହିମାକୁ ନେଇ ଚିନ୍ତିତ ବୋଲି କହିଛନ୍ତି। ‘ଇଣ୍ଡିଆର ରାଷ୍ଟ୍ରପତି’ ବଦଳରେ ‘ଭାରତର ରାଷ୍ଟ୍ରପତି’ ନାଁରେ ରାଷ୍ଟ୍ରପତି ଭବନ ପକ୍ଷରୁ ସେପ୍ଟେମ୍ବର ୯ ତାରିଖରେ ଜି-୨୦ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ ପତ୍ର ପଠାଇବା ଘଟଣାକୁ ନେଇ ମଙ୍ଗଳବାର ଦିନ ବିବାଦ ଆରମ୍ଭ ହୋଇଛି। ଏଥିରେ ବହୁ ବରିଷ୍ଠ ରାଜନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଭିନ୍ନ ମତ ରଖିଛନ୍ତି। ଏହାପରେ ନଡ୍ଟା କଂଗ୍ରେସକୁ ଏପରି କିଛି କହି ଟାର୍ଗେଟ କରିଛନ୍ତି।

‘ଭାରତ ଯୋଡ଼ୋ’ ନାଁରେ ରାଜନୈତିକ ଯାତ୍ରା କରୁଥିବା ଲୋକମାନେ ‘ଭାରତ ମାତା କି ଜୟ’ ନାରାକୁ ଏତେ ଘୃଣା କରନ୍ତି କାହିଁକି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି। କଂଗ୍ରେସର ଉଦ୍ଦେଶ୍ୟ ଦେଶ ଓ ସମ୍ବିଧାନ ବିରୋଧୀ ବୋଲି ସାରା ଦେଶ ଜାଣିଛି ବୋଲି ସେ ଦାବି କରିଛନ୍ତି।

କଂଗ୍ରେସ କହିଛି ଯେ, ଏପରି କରି ଦେଶର ନାମ ପରିବର୍ତ୍ତନ ପାଇଁ ପ୍ରୟାସ ହେଉଛି କି। ଏହା ଗ୍ରହଣୀୟ ନୁହେଁ। ସେହିପରି ଏନସିପି, ଟିଏମସିର ପ୍ରମୁଖ ନେତା ଏହାକୁ ବିରୋଧ କରିଛନ୍ତି। ଭାରତ ମାନେ ଇଣ୍ଡିଆ। ତେଣୁ କଣ ଆବଶ୍ୟକ ଥିଲା ବଦଳ କରିବାର ବୋଲି ସରକାରକୁ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୪ ପାଇଁ ବିରୋଧୀ ଏକ ମେଣ୍ଟ କରିଛନ୍ତି। ଯାହାର ସର୍ଟଫର୍ମ ଇଣ୍ଡିଆ ରହିଛି। ଏହାପରେ କେନ୍ଦ୍ର ସରକାର ଏପରି ଏକ ପଦକ୍ଷେପ ନେଇଥିବା କୁହାଯାଉଛି। ଇଣ୍ଡିଆ ମେଣ୍ଟର ନିକଟରେ ମୁମ୍ବାଇରେ ବୈଠକ ବସିଥିଲା। ଏହି ସମୟରେ ମେଣ୍ଟ ନାରା ଦେଇଥିଲା ଯେ ଯୋଡ଼ିହେବ ଇଣ୍ଡିଆ, ଜିତିବ ଇଣ୍ଡିଆ। କେନ୍ଦ୍ରର ଶାସକ ଦଳ ଦେଶପ୍ରେମ , ମାଟି ମା କଥା କହି ୨୦୧୪ଠୁ ଦେଶରେ ଭୋଟ୍ ବ୍ୟାଙ୍କ ଗୋଟାଇବାରେ ସଫଳ ହେବା ପରେ ବିରୋଧୀ ଦଳ ଏକାଠି ହୋଇ ୟୁପିଏ ପରିବର୍ତ୍ତେ ଏବେ ଇଣ୍ଡିଆ ମେଣ୍ଟ ତିଆରି କରିଥିବା କୁହାଯାଉଛି। ନିକଟରେ ଶାସକ ଦଳ ବିଜେପିର ପ୍ରୟୋଗଶାଳା କୁହାଯାଉଥିବା ଆରଏଏସ ମୁଖ୍ୟ ମୋହନ ଭାଗବତ କହିଥିଲେ ଇଣ୍ଡିଆ ପରିବର୍ତ୍ତେ ଆମେ ସବୁ ଭାରତ ବୋଲି କହିବା ଆବଶ୍ୟକ।

Comments are closed.