Latest Odisha News

BREAKING NEWS

ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସର ତରୁଣ ପାଣ୍ଡେ; ବିଜେପି ଓ ବିଜେଡି କେବେ ଭରିବେ ନାମାଙ୍କନ ଜାଣନ୍ତୁ

ଝାରସୁଗୁଡ଼ା: ମେ ୩୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିପାଇଁ ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି(ଏପ୍ରିଲ ୧୫) କଂଗ୍ରେସ ପ୍ରାର୍ଥି ତରୁଣ ପାଣ୍ଡେ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ।

ତରୁଣଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ରାଜନ ଏକ୍କା, ଅଧିରାଜ ପାଣିଗ୍ରାହୀ ଓ ସନ୍ତୋଷ ସିଂହ ସାଲୁଜାଙ୍କ ଭଳି ଟାଣୁଆ କଂଗ୍ରେସ ନେତା ଉପସ୍ଥିତ ରହିବେ। ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବିଜୟ ପଟ୍ଟନାୟକ ମଧ୍ୟ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ଆଜି କଂଗ୍ରେସ ପ୍ରାର୍ଥିପତ୍ର ଦାଖଲ କରୁଥିବା ବେଳେ ଆସନ୍ତା ୧୭ ତାରିଖରେ ବିଜେପି ପ୍ରାର୍ଥି ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିବେ ବୋଲି ପ୍ରେସ ବାର୍ତ୍ତା କରି ସୂଚନା ଦେଇଛନ୍ତି  ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର  । ସେହିପରି ଏପ୍ରିଲ ୧୮ରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦଳ ପୂର୍ବରୁ ଘୋଷଣା କରିସାରିଛି।

ସୂଚନା ଥାଉକି, ଝାରସୁଗୁଡାର ବିଧାୟକ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଉକ୍ତ ଆସନ ଖାଲି ପଡ଼ିଥିବା ବେଲେ ନିର୍ବାଚନ କମିଶନ ଏଠାରେ ଉପନିର୍ବାଚନ କରିବା ନେଇ ତାରିଖ ଘୋଷଣା କରିଥିଲେ। ଏହାପରେ ଉଭୟ ବିଜେପି-ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥି ଘୋଷଣା କରିଥିଲେ। ବିଜେପି ଏଥର ଟଙ୍କଧର ତ୍ରିପାଠୀଙ୍କୁ ନିର୍ବାଚନ ରଣାଙ୍ଗନକୁ ଛାଡ଼ିବ ବୋଲି ଘୋଷଣା କରିଛି।

 

Comments are closed.