Latest Odisha News

BREAKING NEWS

ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ କଂଗ୍ରେସ କହିଲା ବିଜେଡି-ବିଜେପି ଆସନ ବୁଝାମଣା ହୋଇଛି

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ପରସ୍ପରକୁ ସାହାଯ୍ୟ କରିବାକୁ ରାଜି ହୋଇଥିବା କଂଗ୍ରେସ ଦଳ ସୋମବାର ଅଭିଯୋଗ କରିଛି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି ଯେ ଓଡ଼ିଶା ବିଜେପି ମୁଖ୍ୟ ମନମୋହନ ସାମଲ ଆଗୁଆ ନିର୍ବାଚନ କଥା କହୁଛନ୍ତି, କାରଣ ସେମାନେ ବିଜେଡି ସହ ବୁଝାମଣା କରିଛନ୍ତି, ଯାହାଫଳରେ ବିଜେପି ଓଡ଼ିଶାରେ ଦୁର୍ବଳ ପ୍ରାର୍ଥୀଙ୍କୁ ସେହି ଆସନରେ ପ୍ରାର୍ଥୀ କରିବ।

ସେ କହିଛନ୍ତି, ବିଜେପି-ବିଜେଡି ମଧ୍ୟରେ ଯେଉଁ ପ୍ରହସନ ଚାଲିଛି, ତାହା ଆମେ ଜାଣିଛୁ। ଓଡ଼ିଶାବାସୀ ମଧ୍ୟ ଜାଣିଛନ୍ତି। ସେମାନେ ଚୁକ୍ତି କରି ସାରିଛନ୍ତି ଏବଂ ଆପୋସ ବୁଝାମଣା ଅନୁଯାୟୀ ନିର୍ବାଚନ ଲଢ଼ିବେ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।

କଂଗ୍ରେସ ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ଏବଂ ଏକାକୀ ଲଢ଼ିବ ବୋଲି ସେ କହିଛନ୍ତି। କୌଣସି ଦଳ ସହ ଆମ ବୁଝାମଣା ନାହିଁ ବୋଲି ତାରା ବାହିନୀପତି କହିଛନ୍ତି।

ତେବେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ନେତାମାନେ କାମ କରିବେ ବୋଲି କହିଛନ୍ତି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଦିଲ୍ଲୀରେ ଦଳ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଆମ ଯୋଜନାକୁ କାର୍ଯ୍ୟକାରୀ କରିବୁ।

ବିଜେଡି ବିଧାୟକ ପ୍ରତାପ ଜେନା କହିଛନ୍ତି, ଲୋକଙ୍କୁ ଯେତିକି ସୁବିଧା ମିଳୁଛି ସେତିକି ଦେବାକୁ ଆମେ ସବୁବେଳେ ଅଣ୍ଟା ଭିଡ଼ିଛୁ। ଆମେ ସବୁବେଳେ ଲୋକଙ୍କ ସହ ଅଛୁ, ତେଣୁ ଆମେ ଯେକୌଣସି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ।

ଉଲ୍ଲେଖଯୋଗ୍ୟ, ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିସନଙ୍କ ଅଫିସ ଯେଉଁଭଳି ଚଳଚଞ୍ଚଳ ହୁଏ ଏବଂ ବିଭିନ୍ନ ଅଧିକାରୀଙ୍କ ସହ ବାରମ୍ବାର ଆଲୋଚନା ହୁଏ ତାହା ଏବେ ଦେଖିବାକୁ ମିଳିଛି। ତେଣୁ ଆଗୁଆ ନିର୍ବାଚନ ନେଇ ପ୍ରସ୍ତୁତି ଚାଲିଥିବା କୁହାଯାଉଛି।

Comments are closed.