ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅତି ଚତୁରତାର ସହିତ ଅନ୍ୟଜଣକୁ ମୋହରା ବନାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସମସ୍ତ ଅନୀତି ଓ ଅପକର୍ମର ସେ ହେଉଛନ୍ତି ମୁଖ୍ୟ ସ୍ଥପତି । ଏମିତି କହି ମୁଖ୍ୟମନ୍ତୀ ଏବଂ ପାଣ୍ଡିଆନଙ୍କୁ କଡା ସମାଲୋଚନା କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଡା. ଏ ଚେଲ୍ଲା କୁମାର ।
ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ନର୍ବାଚନର ରଣନୀତି ପ୍ରସ୍ତୁତ କରିଥିଲା ଦଳ । କଂଗ୍ରେସର ଲକ୍ଷ୍ୟ ଆଦର୍ଶ କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ସେଥିନେଇ ମଧ୍ୟ ଆଲୋଚନା ହୋଇଥିଲା । ବିଜେଡି ସରକାରର ଅପରାଗତା ଏବଂ ଦୁର୍ନୀତି ଜନସାଧାରଣଙ୍କ ପାଖରେ ପଂହଚାଇବା ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ଉପରେ ଗୁରୁତ୍ୱ ଆରୋପ କରିଥିଲା ଦଳ ।
ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସର ଲକ୍ଷ୍ୟ ୨୦୨୪ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସରକାର ପ୍ରତିଷ୍ଠା କରିବା । ଏ ଦିଗରେ ଗଣମାଧ୍ୟମ ବିଭାଗର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଏଥିପ୍ରତି ସଚେତନ ରହି ସଂକଳ୍ପବଦ୍ଧ ଭାବରେ ଗଣମାଧ୍ୟମ ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତା କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏଥିପାଇଁ ଦଳ ପକ୍ଷରୁ ଏକ ୫ଜଣିଆ ତଥ୍ୟ ସଂଗ୍ରହକାରୀ କମିଟି ଗଠନ କରାଯାଇଛି । ଏହି କମିଟିରେ ଅଛନ୍ତି ଗଣେଶ୍ୱର ବେହେରା, ପଂଚାନନ କାନୁନଗୋ, ପ୍ରଶାନ୍ତ ଶତପଥି, ସୁର୍ଦଶନ ଦାସ ଓ ଅମିୟ ପାଣ୍ଡବ । ଏହି ୫ ଜଣିଆ ତଥ୍ୟ ସଂଗ୍ରହକାରୀ କମିଟି ସମସ୍ତ ମୁଖପାତ୍ର ମାନଙ୍କୁ ତଥ୍ୟ ସହାୟତା ଯୋଗାଇବ ।
ଏଥିସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ପ୍ରସଙ୍ଗରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିରବିଚ୍ଛିନ୍ନ ପର୍ଦ୍ଦାଫାଶ କରାଯିବ । ନଭେମ୍ବର ଦ୍ୱିତୀୟ ସପ୍ତାହରେ ସମସ୍ତ ଜିଲ୍ଲାର ମୁଖ୍ୟ ମୁଖପାତ୍ରଙ୍କୁ ନେଇ ରାଜ୍ୟସ୍ତରୀୟ ମୁଖପାତ୍ର ସମ୍ମିଳନୀ ଆୟୋଜିତ ହେବ । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ଅଧିକ କ୍ରିୟାଶୀଳ କରିବା ସହ ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରୁ କର୍ମକର୍ତାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ସଂଯୋଗ କରାଯିବ ।
ଏଥିସହିତ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ନେଇ ନିୟମିତ ଭାବେ ପ୍ରତି ସପ୍ତାହରେ ଅଧିକ ସାମ୍ବାଦିକ ସମ୍ମିଳନୀ କରାଯାଇ ଲୋକଙ୍କ ପାଖରେ ପଂହଚିବା ଏକାନ୍ତ ଅପରିହାର୍ଯ୍ୟ ଏବଂ ତାହା ନିଷ୍ଠାର ସହ ଅନୁପାଳନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ବେହେରା ପ୍ରକାଶ କରିଥିଲେ ।
ବୈଠକରେ ଗଣେଶ୍ୱର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଇସ୍ତାହାର କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋଙ୍କ ସମେତ ପୂର୍ବତନ ବିଧାୟକ ତଥା ପିସିସି ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ, ପିସିସି ମୁଖପାତ୍ର ତଥା ବରିଷ୍ଠ ନେତା ବିଭୁତି ଭୂଷଣ ମିଶ୍ର, ମନୋରଞ୍ଜନ ଦାଶ, ସୁଦର୍ଶନ ଦାସ, ପ୍ରଶାନ୍ତ ଶତପଥି, ଅମିୟ ପାଣ୍ଡବ, ପଦ୍ମାକର ଗୁରୁ, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, କୃଷ୍ଣଚନ୍ଦ୍ର ପତି, ରଶ୍ମି ମହାପାତ୍ର, ଅପର୍ଣ୍ଣାଧିର ସିଂ, ଅମିତ ମହାନ୍ତି, ନାରାୟଣ ଚନ୍ଦ୍ର ଜେନା ଓ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ ।
BREAKING NEWS
- ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍ପେଣ୍ଡ
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- ୧,୦୦୦ ମେଟ୍ରିକ୍ ଟନ୍ ସ୍ୱାସ୍ଥ୍ୟକର ଚାଉଳ ପାଇଁ ୪ ଏମଓୟୁ ସ୍ୱାକ୍ଷରିତ
- Former CBI Director M. Nageshwar Rao:ରାଜନୀତିରେ ଏଣ୍ଟ୍ରି ମାରିଲେ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ;ସନାତନ ସମ୍ପର୍କରେ ଦେଲେ ବଡ ବୟାନ
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର

Comments are closed.