Latest Odisha News

କେଲୁଅ ନଦୀବନ୍ଧ ଭାଙ୍ଗିବା ଘଟଣା: ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଯାଜପୁର: କେଲୁଅ ନଦୀ ବନ୍ଧ ଭାଙ୍ଗିବା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ଦଳର ଏକ ପ୍ରତିନିଧି ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲା । ଏହାପରେ କଂଗ୍ରେସ ଦଳ ଏହାର ନିରପେକ୍ଷ ତଦନ୍ତ ଦାବି କରିବା ସହ ସ୍ଥାନୀୟ ନେତାଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଏତେ ଓସାରିଆ ବନ୍ଧ ଆପେ ଆପେ ଭାଙ୍ଗିଲା କେମିତି । ଇଂଜିନିୟରମାନେ ସେ ଦିନ ବନ୍ଧ ଜଗିଥିଲେ କି ବନ୍ଧ ଜଗି ଭାଙ୍ଗିଥିବା ଲୋକଙ୍କୁ ସହାୟତା କରିଥିବା ପରି ମନେହେଉଛି । ଜାଣିଶୁଣି ବନ୍ଧ ଭାଙ୍ଗି ହଜାର ହଜାର ଲୋକଙ୍କ ଜୀବନ ଜୀବିକା ସହ ଖେଳ ଖେଳୁଛନ୍ତି ଦୁର୍ବୃତ୍ତ । ସେମାନଙ୍କୁ ତରନ୍ତ କଡା ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି ।

ସେପଟେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ବନ୍ଧ ଭାଙ୍ଗିବା ପଛରେ ମାମୁ ଭଣଜା ଅଛନ୍ତି । ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ସହ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

Leave A Reply

Your email address will not be published.