Latest Odisha News

ଜି-୨୦କୁ ଜି-୨ କହିଲେ ଖଡଗେ: କହିଲେ ପଦ୍ମ ତଳେ ଲୁଚି ଯାଇଥିଲା ‘ଜିରୋ’

ନୂଆଦିଲ୍ଲୀ: ରାଜ୍ୟସଭାରେ ବିପକ୍ଷ ନେତା ମଲ୍ଲିକାର୍ଜୁନ ଖଡଗେ ଜି-୨୦କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଖଡଗେ ନିଜ ଭାଷଣରେ ଜି-୨୦କୁ ଜି-୨ ବୋଲି କହିଛନ୍ତି । ସେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଛନ୍ତି, ଆମେ ଦରଦାମ ବୃଦ୍ଧ ଏବଂ ବେରୋଜଗାରୀ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଜି୨ ଉପରେ ଆଲୋଚନା କରିବାରେ ବ୍ୟସ୍ତ ।

ଖଡଗେ ଯେତେବେଳେ ଜି-୨୦ ବୋଲି କହିଲେ ସେତେବେଳେ ସଭାପତି ଜଗଦୀପ ଧନଖଡ ତାଙ୍କ ତ୍ରୁଟି ସଂଶୋଧନ କରିଥିଲେ ଏବଂ କହିଥିଲେ ଏହା ଜି ୨ ନୁହେଁ  । ଜି ୨୦ । ଏହାର ଉତ୍ତର ଦେଇ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ କହିଥିଲେ,   ପଦ୍ମପୁଲ ଫୁଲ ତଳେ ଜିରୋ ଲୁଚି ଯାଇଥିଲା ।

ବିପକ୍ଷ ନେତା କହିଥିଲେ, ଜି-୨୦ର ଯେତେ ବିଜ୍ଞାପନ ଅଛି ସବୁଥିରେ ଜି-୨୦ ବଦଳରେ ଜି ୨ ହିଁ ଦେଖା ଯାଉଛି । କାରଣ ଏଥିରେ ଜିରୋ ଉପରେ ପଦ୍ମ ଢାଙ୍କି ଯାଇଛି ।

ଖଡଗେଙ୍କର ଏପରି ଉତ୍ତର ଶୁଣି ଉପରାଷ୍ଟ୍ରପତି କହିଥିଲେ, ଖଡଗେ ଜୀ..ଏହା ଆପଣଙ୍କ ସ୍ତର ନୁହେଁ ।

ଖଡଗେଙ୍କ ଏପରି କଟାକ୍ଷର ଜବାବ ଦେଇ ରାଜ୍ୟ ସଭା ନେତା ପୀୟୂଷ ଗୋୟଲ କହିଥିଲେ, ଦୟାକରି ଜି-୨୦କୁ ନେଇ ଏମିତି ମଜାକ ଉଡାଅନି । ଏହା ବହୁତ ବଡ ଗ୍ରୁପ ।ବୋଧହୁଏ ବିରୋଧୀ ନେତା  କେବଳ ୨ଜି ଦେଖନ୍ତି । ୨ଜି ଏବଂ ସନ-ଜି ।

Comments are closed.