ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଉପରୁ ଲୋକସଭାରୁ ନିଲମ୍ବନ ପ୍ରତ୍ୟାହାର ହେବ ବୋଲି ଆଶା କରାଯାଉଛି। ଅଧୀରଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ସୁପାରିସ କରି ଗୃହର ବିଶେଷାଧିକାର କମିଟି ଏକ ପ୍ରସ୍ତାବ ଗ୍ରହଣ କରିଛି। ଏହି ମାମଲାର ସମାଧାନ ପାଇଁ ଅଧୀର ବୁଧବାର କମିଟିରେ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ସରକାରୀ ଅଧିକାରୀ ସଙ୍କେତ ଦେଇଛନ୍ତି ଯେ ଏହି ସୁପାରିଶ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଅଧୀରଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ।
ପଶ୍ଚିମବଙ୍ଗରୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଅଗଷ୍ଟ ୧୦ରେ ନିଲମ୍ବିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ର କରି ଏକ ବିତର୍କ ସମୟରେ ଉଦ୍ଦେଶ୍ୟମୂଳକ ଦେଇଥିବା ମନ୍ତବ୍ୟକୁ ଆଧାର କରି ତଦନ୍ତ ଶେଷ ହେବା ଯାଏ ନିଲମ୍ବନ କରାଯାଇଥିଲା।
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଆଗତ ଏକ ପ୍ରସ୍ତାବ କ୍ରମେ ଏହି ନିଲମ୍ବନ କରାଯାଇଥିଲା। ଯିଏକି ବିତର୍କ ସମୟରେ କଂଗ୍ରେସ ସାଂସଦ ଦଳର ନେତାଙ୍କ ଆଚରଣକୁ ଅନୁପଯୁକ୍ତ ବୋଲି ବିବେଚନା କରିଥିଲେ।
Comments are closed.