Latest Odisha News

BREAKING NEWS

ବିଜେପିକୁ ଝଟକା, ରାଜସ୍ଥାନ ଓ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ, ତେଲେଙ୍ଗାନାରେ ଟିଆରଏସ ଆଗୁଆ

ଭୁବନେଶ୍ୱର: ନିବାର୍ଚନ ହୋଇଥିବା ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମରେ ଫଳାଫଳ ଆଜି ଘୋଷିତ ହେଉଛି । ଆଜି ସକାଳ ୮ଟାରୁ ଏହି ୫ଟି ରାଜ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ରାଜସ୍ଥାନ ଓ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଆଗରେ ଥିବା ବେଳେ ତେଲେଙ୍ଗାନାରେ ରିଆରଏସ ଅଗ୍ରଣୀ ଲାଭ କରିଛି । ମିଜୋରାମରେ ଏମଏନଏଫ ଆଗରେ ରହିଛି ।


ରାଜସ୍ଥାନରେ ୧୯୯ ଟି ଆସନ ମଧ୍ୟରୁ କଂଗ୍ରେସ ୯୯ ଓ ବିଜେପି ୮୧ଟି ଆସନରେ ଅଗ୍ରଣୀ ଲାଭ କରିପାରିଛି ।

ସେହିପରି ଛତିଶଗଡ଼ରେ ୯୦ଟି ଆସନରୁ କଂଗ୍ରେସ ୫୩ଟି ଆସନରେ ଅଗ୍ରଣୀ ଲାଭ କରିଥିବା ବେଳେ ବିଜେପି ୨୬ଟି ଆସନରେ ଅଗ୍ରଣୀ ଲାଭ କରିପାରିଛି । ବିଏସପି ୯ଟି ଆସନରେ ଆଗୁଆ ରହିଛି ।

ମଧ୍ୟପ୍ରଦେଶରେ ୨୩୦ଟି ଆସନ ମଧ୍ୟରୁ କଂଗ୍ରେସ ୧୧୩ଟି ଆସନରେ ଅଗ୍ରଣୀ ଲାଭ କରିଥିବା ବେଳେ ବିଜେପି ୧୦୧ଟି ଆସନରେ ଆଗୁଆ ରହିଛି ।

ରାଜସ୍ଥାନରେ ୧୯୯ଟି ସିିଟ୍ ମଧ୍ୟରୁ କଂଗ୍ରେସ ୯୬ଟି ଏବଂ ବିଜେପି ୮୨ଟି ଆସନରେ ଅଗ୍ରଣୀ ଲାଭ କରିଛି । ବିଏସପି ୩ଟି ଆସନରେ ଅଗ୍ରଣୀ ଲାଭ କରିଛି ।

ତେଲେଙ୍ଗାନାରେ ୧୧୯ଟି ଆସନ ମଧ୍ୟରୁ ଟିଆରଏସ ୮୬ଟି ଆସନରେ ଅଗ୍ରଣୀ ଲାଭ କରିଥିବା ବେଳେ କଂଗ୍ରେସ ୨୧ଟି ଓ ବିଜେପି ୪ଟି ଆସନରେ ଆଗୁଆ ରହିଛି ।

ସେହିପରି ନିର୍ବାଚନ ହୋଇଥିବା ମିଜୋରାମ ନିର୍ବାଚନରେ ୪୦ଟି ଆସନରୁ ଏମଏନଏଫ ୨୭ଟି ଏବଂ କଂଗ୍ରେସ ୮ଟି ତଥା ବିଜେପି ଗୋଟିଏ ଆସନରେ ଅଗ୍ରଣୀ ଲାଭ କରିପାରିଛି ।

Leave A Reply

Your email address will not be published.