Latest Odisha News

BREAKING NEWS

ପଦାରେ ପଡିଲା ଘର କଳି: ପୁଅକୁ ମନେଇ ପାରିବେ ତ ସୁର ରାଉତରାୟ ?

ଭୁବନେଶ୍ୱର: ଘର କଳି ପଦାରେ ପଡିଲା କି ? ରାଜନୀତି ପାଇଁ  ବାପା-ପୁ୍ଅ ସମ୍ପର୍କ ବିଗିଡି ଯିବ କି ?  କାଲି ପୁଅ ଦେଇଥିଲେ ଗୋଟିଏ ବୟନ ଆଜି ବାପା କରୁଛନ୍ତି ଖଣ୍ଡନ  । ଆମେ କହୁଛୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ତା୍ଙ୍କ ପୁଅ ମନ୍ମଥ ରାଉତରାୟଙ୍କ କଥା ।

ଗତକାଲି ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଥିଲେ ୨୦୨୪ ନିର୍ବାଚନରେ ସେ ଜଟଣୀରୁ ଲଢିବେ କିନ୍ତୁ କଂଗ୍ରେସରୁ ନୁହେଁ । ଅବଶ୍ୟ ସେ କେଉଁ ଦଳରୁ ଲଢିବେ ସ୍ପଷ୍ଟ କହି ନ ଥିଲେ । ତେବେ ବିଜେଡି କିମ୍ବା ବିଜେପିକୁ ନେଇ ତାଙ୍କ ମନରେ ଥିବା ଦ୍ୱନ୍ଦ୍ୱ ବାରି ହୋଇ ପଡୁଥିଲା ।

ହେଲେ ଆଜି ବାପା ସୁର ରାଉତରାୟ ଏହାକୁ ନେଇ ପୁଅ ଉପରେ ବର୍ଷିଛନ୍ତି । ବାପାଗିରି ଦେଖାଇ ସୁର କହିଛନ୍ତି, ‘ସେ ମୋ ପୁଅ..ମୁଁ ଯେଉଠୁ କହିବି ସେ ସେଇଠୁ ଲଢିବ ।’ ଏପରିକି ପୁଅର ଏପରି ବୟାନକୁ ନେଇ ଫିଡିକି ଯାଇଛନ୍ତି ସୁର ରାଉତରାୟ । ତେଣୁ ତାକୁ ଚାକିରି ଜାଗାକୁ ପଠାଇ ଦେଇଛନ୍ତି ବୋଲି ମିଡିଆକୁ କହିଛନ୍ତି ।

ସେତିକି ନୁହେଁ, କଂଗ୍ରେସ ଦଳ ପ୍ରତି ଥିବା ତାଙ୍କର ବିଶ୍ୱସନୀୟତାକୁ ଦର୍ଶାଇବା ପାଇଁ ପୁଅ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ବି  ପଛାଇ ନାହାନ୍ତି । ପୁଅର ବିଶୃଙ୍ଖଳିତ କାମ ପାଇଁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ କେନ୍ଦ୍ରୀୟ ନେତାଙ୍କୁ କହିଥିବା ସ୍ପଷ୍ଟ କରିଛନ୍ତି ।

ତେବେ ପୁଅକୁ ମନେଇ ପାରିବେ ବିଧାୟକ ସୁର ରାଉତରାୟ ? କଂଗ୍ରେସରୁ ଛିଡା କରାଇବା ପାଇଁ ରାଜି କରାଇ ପାରିବେ ତ ? ଏପଟେ ପୁଅ ରାଜି କରାଇବା ପରେ ଦଳ  ରାଜି ହେବ ତ ? ମନ୍ମଥଙ୍କ ଏପରି ବୟନ ଶୁଣିବା ପରେ ଯଦି ଦଳା ତାଙ୍କୁ ଗ୍ରହଣ ନ କରେ ? ଏମିତି ଅନେକ ପ୍ରଶ୍ନ କଂଗ୍ରେସ କର୍ମୀ ଏବଂ ଜଟଣୀବାସୀଙ୍କ ମନରେ ।

ତେବେ ସୁର ରାଉତରାୟଙ୍କ ଏପରି ବୟାନକୁ ନେଇ ମନ୍ମଥଙ୍କ ପ୍ରତିକ୍ରିୟା କ’ଣ ତାହା ମିଳି ପାରିନାହିଁ ।

Leave A Reply

Your email address will not be published.