Latest Odisha News

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଆଜି କଂଗ୍ରେସ ବିଧାୟକ ଦଳର ବୈଠକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହେହା ପରେ ଏବେ ଆଜି ରାଜ୍ୟରେ ଏହାର ନୂଆ ନିର୍ବାଚିତ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ବୈଠକରେ ବିଚାର ବିମର୍ଶ ପରେ ବିଧାନସଭା ଦଳର ଜଣେ ନୂଆ ନେତା ନିର୍ବାଚିତ ହେବେ। ଫଳାଫଳ ବାହାରିବା ପରେ ଶନିବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାର କହିଛନ୍ତି ଯେ ରବିବାର ଅପରାହ୍ନ ୫ଟା ୩୦ ସମୟରେ ଦଳର ନିର୍ବାଚିତ ବିଧାୟକଙ୍କୁ ନେଇ ବୈଠକ ହେବାକୁ ଯାଉଛି।

ସେ କହିଛନ୍ତି, “ବ୍ୟକ୍ତିତ୍ୱ ପୂଜା ପାଇଁ କୌଣସି ସୁଯୋଗ ନାହିଁ। ଦଳ ସର୍ବୋଚ୍ଚ। ଏହା ସିଦ୍ଧରମୟା କିମ୍ବା ଶିବକୁମାରଙ୍କ ପାଇଁ ବିଜୟ ନୁହେଁ। ଏହା ହେଉଛି ଫଳାଫଳ ଯାହା ଦେଶକୁ ଏକଜୁଟ କରିବ।”

ଏଥିସହିତ ବିଧାନସଭାରେ ବିରୋଧୀଦଳର ନେତା ସିଦ୍ଧରମୟା କହିଛନ୍ତି ଯେ ଏହା କେବଳ କଂଗ୍ରେସ ନୁହେଁ ସାତ କୋଟି କନ୍ନଡବାସୀଙ୍କ ବିଜୟ। ସେ କହିଛନ୍ତି, “ଯେତେବେଳେ ବି ବିଜେପି ଏବଂ ଜେଡିଏସ ନେତା ଏଚଡି କୁମାରସ୍ୱାମୀ ରାଜ୍ୟ ଶାସନ କରନ୍ତି, ସେତେବେଳେ ସେମାନଙ୍କ ପାଇଁ ସ୍ଥିର ସରକାର ଯୋଗାଇବା ସମ୍ଭବ ନୁହେଁ। ଲୋକମାନେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।”

ଦଳୀୟ ସୂତ୍ର ଅନୁଯାୟୀ, ବିଧାନସଭା ବୈଠକରେ କିଏ ମୁଖ୍ୟମନ୍ତ୍ରୀ ହେବେ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ପାର୍ଟି ହାଇ କମାଣ୍ଡର ପର୍ଯ୍ୟବେକ୍ଷକମାନେ ମଧ୍ୟ ଏହି ସଭାରେ ଉପସ୍ଥିତ ରହିବେ। ସୂତ୍ରରୁ ପ୍ରକାଶ ଯେ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ପଦ ରହିବ। ଆଉ ଏହି ପଦରେ ଦୁଇରୁ ତିନି ଜଣ ରହିପାରନ୍ତି। ବେଙ୍ଗାଲୁରୁର ଦୁଇଟି ପ୍ରମୁଖ ଘରୋଇ ହୋଟେଲରେ ନବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ପାଇଁ ରୁମ ବୁକ୍ କରାଯାଇଛି ଏବଂ ସେମାନଙ୍କୁ ଶନିବାର ରାତି ସୁଦ୍ଧା ବେଙ୍ଗାଲୁରୁରେ ପହଞ୍ଚିବାକୁ କୁହାଯାଇଛି।

Leave A Reply

Your email address will not be published.