Latest Odisha News

ମଣିପୁରରେ ବିଜେପିକୁ ଝଟକା, ସରକାର ଗଢ଼ିପାରେ କଂଗ୍ରେସ !

ଇମ୍ଫାଲ: ମଣପୁରରେ ବିଜେପିକୁ ଶକ୍ତ ଝଟକା ଲାଗିଛି । ଦଳର ୩ ବିଧାୟକ ଇସ୍ତଫା ଦେବା ସହ ସହଯୋଗୀ ନ୍ୟାଶନାଲ ପିପୁଲସ ପାର୍ଟିର ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ଟିଏମସି ଓ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ସରକାରରୁ ଓହରି ଯାଇଛନ୍ତି । ବିଜେପି ଅଳ୍ପମତରେ ପହଂଚିଥିବାରୁ କଂଗ୍ରେସ ଅବିଶ୍ୱାସ ପ୍ରସ୍ତାବ ଆଣିଛି । ୨୦୧୭ ନିର୍ବାଚନରେ ୬୦ ଆସନରୁ କଂଗ୍ରେସ ୨୮ ଓ ବିଜେପି ୨୧ ଆସନ ଜିତିଥିଲେ । ମାତ୍ର ପରେ ଏନପିପି, ନାଗା ପିପୁଲ୍ସ ଫ୍ରଂଟ, ଏଲଜେପି, ଟିଏମସି ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ସମର୍ଥନ କରିବାରୁ ବିଜେପି ସରକାର ଗଢ଼ିଥିଲା ।

ବିଧାୟକଙ୍କ ଇସ୍ତଫା ପରେ ମୋଟ ଆସନ ୫୭ରେ ପହଂଚିଛି । କଂଗ୍ରେସ ପକ୍ଷରୁ ଅଧିକ ବିଧାୟକ ଥିବାରୁ ସରକାର ଗଢ଼ିବା ପ୍ରକ୍ରିୟା ଆରମ୍ଭ କରିଛି । କଂଗ୍ରେସର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲବୋବି ସିଂ ରାଜ୍ୟପାଳ ନିକଟରେ ଏଥିନେଇ ଦାବୀ କରିଛନ୍ତି ।

Leave A Reply

Your email address will not be published.