Latest Odisha News

BREAKING NEWS

ମହୁଆ ମୋଇତ୍ରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଲେ ସାଂସଦ ଶଶି ଥରୁର: କହିଲେ, ସେଠାରେ ଆହୁରି ଅନେକ ଲୋକ ବି ଥିଲେ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କ ସହ ତାଙ୍କର ଫଟୋ ଭାଇରାଲକୁ ନେଇ ମୁହଁ ଖୋଲିଛନ୍ତି । ଶଶି ଥରୁରୁ ଏକ ବୟାନ ଦେଇ ଏହା ନିମ୍ନସ୍ତରର ରାଜନୀତି ବୋଲି କହିଛନ୍ତି । ଥରୁର କହିଛନ୍ତି, ଏହି ଫଟେ ଏକ ଜନ୍ମଦିନ ଭୋଜି ସମୟରେ ଉଠା ଯାଇଥିଲା । ସେ ଆହୁରି କହିଛନ୍ତି, ଫଟୋକୁ ଜାଣିଶୁଣି ଏପରି ଭାବେ ପୋଷ୍ଟ କରାଯାଇଛି ଯେମିତି ଲାଗିବ କୌଣସି ଗୁପ୍ତ ମିଟିଂର ଫଟୋ । ସେ ଏକଥା ମଧ୍ୟ କହିଛନ୍ତି, ମହୁଆ ମୋଇତ୍ର ତାଙ୍କଠାରୁ ବୟସରେ ଯଥେଷ୍ଟ ସାନ  । ସେ ତାଙ୍କୁ ଝିଅ ପରି ଦେଖନ୍ତି ବୋଲି କହିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର ।

ଥରୁର କେରଳର କୋଟ୍ଟାୟମରେ ମିଡିଆ ସହ ଆଲୋଚନା ସମୟରେ କହିଛନ୍ତି, ଫଟୋ ଭାଇରାଲ କରିବା ନିମ୍ନସ୍ତରର ରାଜନୀତି । ଏହି ଫଟୋ ଜନ୍ମଦିନ ସେଲିବ୍ରେଶନ ଅବସରରେ ନିଆ ଯାଇଥିଲା । ମୋ ପାଇଁ ସେ ଝିଅ ପରି । ସେ ମୋଠାରୁ ୧୦ରୁ ୨୦ ବର୍ଷ ସାନ ।

ଥରୁର ଆହୁରି କହିଛନ୍ତି, ଏହି ଜନ୍ମଦିନ ଭୋଜିରେ ୧୫ ଜଣ ଉପସ୍ଥିତ ଥିଲେ । ସେଠାକୁ ତାଙ୍କ ଭଉଣୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ଓ ସେ ବି ଉପସ୍ଥିତ ଥିଲେ ବୋଲି ସେ କହିଛନ୍ତି । ହେଲେ କିଛି ଲୋକ ଜାଣିଶୁଣି ଅନ୍ୟମାନଙ୍କୁ ହଟାଇ ଫଟୋକୁ ଏକ ଗୁପ୍ତ ମିଟିଂ ପରି ପ୍ରସ୍ତୁତ କରିଛନ୍ତି । ଏବେ ମୁଁ ଭାବୁଛି ଏମିତି ଫଟୋ କିଏ ଉଠାଇଥିବ ?

ଥରୁର ଅନଲାଇନ ଟ୍ରୋଲ୍ସକୁ ନିନ୍ଦା କରବା ସହ କହିଛନ୍ତି, ସେ ଏପରି ଟ୍ରୋଲ ହେବାକୁ ସେ ଗୁରୁତ୍ୱ ଦିଅନ୍ତି ନାହିଁ । ତାଙ୍କର ପ୍ରାଥମିକତା ଲୋକଙ୍କ ପାଇଁ କାମ କରିବା । ସୂଚନାଥାଉ କି, ଏହା ପୂର୍ବରୁ ଟିଏମସି ସାଂସଦ ମହୁଆ ମୋଇତ୍ର ମଧ୍ୟ ତାଙ୍କର ଫଟୋ ଭାଇରାଲ ଘଟଣାରେ ବିଜେପିର ଟ୍ରୋଲ ସେନାକୁ ଦାୟୀ କରିଛନ୍ତି ।

ନିକଟରେ ମହୁଆ ମୋଇତ୍ରଙ୍କର ଏକ  ଫଟୋ ଭାଇରାଲ ହୋଇଥିଲା । ଏଥିରେ ସେ ସିଗାରେଟ ଧରି ଥିବା ଦେଖିବାକୁ ମିଳିଥିଲା । ମହୁଆ ଏହି ଫଟୋକୁ ଦେଖି ପ୍ରଶ୍ନ କରିଥିଲେ, ଏଥିରେ ଥିବା ଅନ୍ୟମାନଙ୍କୁ କାହିଁକି ହଟାଇ ଦିଆଗଲା ? ଦେଖାଇବାର ଅଛି ତ ସମସ୍ତଙ୍କ ଫଟୋ ଦେଖାଅ ବୋଲି ମହୁଆ କହିଥିଲେ ।

Comments are closed.