Latest Odisha News

BREAKING NEWS

ପ୍ରିୟଙ୍କା ଲଢ଼ିବେ ବିଧାନସଭା ନିର୍ବାଚନ !

ଲକ୍ଷ୍ନୌ:ଆସନ୍ତା ବର୍ଷ ହେବାକୁ ଥିବା ଉତରପ୍ରଦେଶ ନିର୍ବାଚନ କଂଗ୍ରେସ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଯୋଗୀ ଆଦିତ୍ୟନାଥଙ୍କୁ ଟକ୍କର ଦେବା ପାଇଁ ପ୍ରିୟଙ୍କା ଅଂଟା ଭିଡିଛନ୍ତି । ରିପୋର୍ଟ ମୁତାବକ ପ୍ରଶାନ୍ତ କିଶୋର ପ୍ରିୟଙ୍କାକୁ ଅମେଠି କିମ୍ବା ରାୟବରେଲୀରେ ଭୋଟରେ ଛିଡା ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏ ନେଇ କୌଣସି ଚୂଡାନ୍ତ ଘୋଷଣା କରାଯାଇ ନାହିଁ । ଯଦି ଏହା ହୁଏ ତାହାହେଲେ ଗାନ୍ଧୀ ପରିବାରର ପ୍ରଥମ ସଦସ୍ୟ ଭାବେ ବିଧାନସଭାରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ପ୍ରିୟଙ୍କାଙ୍କ ପ୍ରଥମ ପସନ୍ଦ ଅମେଠି ରହିଛି । ଏଠାରେ ସେ ରାହୁଲ ଗାନ୍ଧୀଙ୍କ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛନ୍ତି । ପ୍ରିୟଙ୍କା ବିଧାନସଭାରେ ପ୍ରାର୍ଥୀ ହେଲେ ଦଳୀୟ କର୍ମୀଙ୍କ ମନୋବଳ ବଢ଼ିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.