Latest Odisha News

BREAKING NEWS

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କେଜ୍ରିଓ୍ୱାଲଙ୍କ ସମର୍ଥନ ଆହ୍ୱାନକୁ କଂଗ୍ରେସ କହିଲା ନା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋମବାର ଦିଲ୍ଲୀ ଏବଂ ପଞ୍ଜାବର କଂଗ୍ରେସ ନେତାଙ୍କ ସହ ପୃଥକ ବୈଠକ କରିଛନ୍ତି। ଏହି ବୈଠକରେ ସେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ନିୟମ ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ କରିବେନି ବୋଲି ଜଣାଇଛନ୍ତି।

ସୂଚନାନୁସାରେ, କଂଗ୍ରେସ ହାଇକମାଣ୍ଡ ଆମ୍ ଆଦମୀ ପାର୍ଟିକୁ ବିଜେପିର ବି-ଟିମ୍ ବୋଲି କହିସାରିଛନ୍ତି। ଏବଂ କେବଳ ଦିଲ୍ଲୀ ଏବଂ ପଞ୍ଜାବରେ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଆମ୍ ଆଦମୀ ପାର୍ଟି କଂଗ୍ରେସକୁ ବ୍ୟାପକ କ୍ଷତି ପହଞ୍ଚାଇଛି। କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରି କେଜ୍ରିଓ୍ୱାଲ କଂଗ୍ରେସ ସମେତ ବିଜେପି ବିରୋଧୀ ଦଳଙ୍କ ସମର୍ଥନ ଲୋଡିଛନ୍ତି। ଏହି ପ୍ରସଙ୍ଗରେ କେଜ୍ରିୱାଲ ରାହୁଲ ଏବଂ ଖଡଗେଙ୍କୁ ଚିଠି ଲେଖି ସମର୍ଥନ ଲୋଡିଥିଲେ।

ଦିଲ୍ଲୀ ସରକାରଙ୍କୁ ଅମଲାତନ୍ତ୍ର କ୍ଷମତା ସ୍ଥାନାନ୍ତର କରିବାର କ୍ଷମତା ଦେଇଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅକାମି କରିବାକୁ ଯାଇ କେନ୍ଦ୍ର ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି। ଏହି ଅଧ୍ୟାଦେଶକୁ ନେଇ ପ୍ରାରମ୍ଭିକ ଭାବେ କଂଗ୍ରେସ ସମର୍ଥନ କରିବ ବୋଲି ଜଣାପଡୁଥିଲା ପରେ କିନ୍ତୁ ଦିଲ୍ଲୀ କଂଗ୍ରେସର ଅନ୍ୟତମ ଶୀର୍ଷ ନେତା ଅଜୟ ମାକେନ ବିରୋଧ କରିଥିଲେ।

Leave A Reply

Your email address will not be published.