Latest Odisha News

BREAKING NEWS

କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ରହିଛି କି ନେତୃତ୍ୱ ସଂକଟ ? ଦଳରେ ନେତୃତ୍ୱ ସଂକଟ ନେଇ ଦେଇଥିବା ମନ୍ତବ୍ୟ ଏବେ ଦୁଇ କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଛି । ଦଳ ବିରୋଧୀ ମନ୍ତବ୍ୟ ପାଇଁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ବାରବାଟି-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ଏଆଇସିସି ପକ୍ଷରୁ ଜାରି ନୋଟିସ୍ ଅନୁସାରେ, ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ ଓ ବିଧାୟକ ମୋକିମ୍ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଦଳ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ କାହିଁକି ଉଭୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ସେନେଇ ପ୍ରଶ୍ନ କରାଯାଇଛି ।

ତେବେ ଏନେଇ ଚିରଞ୍ଜିବ ବିଶ୍ୱାଳ ଓ ମହମ୍ମକ ମୋକିମଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ହୋଇଥିବା ଏକ ସଭାରେ ଉଭୟ ଦଳର ସଂଗଠନକୁ ନେଇ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଦଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

ସୂଚନା ଅନୁସାରେ, ଚିରଞ୍ଜିବ ଦଳର ଝାରସୁଗୁ଼ଡ଼ା ଉପନିର୍ବାଚନ ପ୍ରଚାର କମିଟିକୁ ନେଇ ପ୍ରଶ୍ନ କରିଥିଲେ । ସେ ଆହୁରି କହିଥିଲେ ଏବେ ରାଜ୍ୟରେ କଂଗ୍ରେସର ୮ ବିଧାୟକ ଅଛନ୍ତି । ୨୦ ଜଣ ବିଧାୟକ ଚାହୁଁଛନ୍ତି ସେମାନେ ମୁଖ୍ୟମନ୍ତ୍ରୀ ହେବେ । ଯାହାକି ଏକତାକୁ ପ୍ରଭାବିତ କରୁଛି । ସୂଚନାଯୋଗ୍ୟ, ଚିରଞ୍ଜିବ ବିଶ୍ୱାଳ ଓ ମହମ୍ମକ ମୋକିମଙ୍କୁ ଦଳ ଝାରସୁଗୁଡ଼ା ଉପନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦେଇ ନଥିଲା ।

Leave A Reply

Your email address will not be published.