Latest Odisha News

ଜୁନ୍ ୧୧ରୁ ୧୫ ପର୍ଯ୍ୟନ୍ତ ଏହି ରାଜ୍ୟରେ କଂଗ୍ରେସ କରିବ ଧନ୍ୟବାଦ ଯାତ୍ରା

ନୁଆଦିଲ୍ଲୀ: ଆସନ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ହୋଇଥିବା ଲୋକସଭା ନିର୍ବାଚନର ଫଳାଫଳରେ ଉତ୍ସାହିତ କଂଗ୍ରେସ ୧୧ ରୁ ୧୫ ଜୁନ୍ ପର୍ଯ୍ୟନ୍ତ ୟୁପିର ୪୦୩ ବିଧାନସଭା ଆସନରେ ଧନ୍ୟବାଦ ଅର୍ପଣ ଶୋଭାଯାତ୍ରା କରିବ। ଏହି ଯାତ୍ରା ଜରିଆରେ ଦଳ ଏ ସମସ୍ତ ବିଧାନସଭାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବାର୍ତ୍ତାକୁ ପ୍ରତ୍ୟକ ଜନତାଙ୍କ ନିକଟରେ ପହଞ୍ଚାଇବ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସର ରାଷ୍ଟ୍ରିୟ ମହାସଚିବ ତଥା ପ୍ରଦେଶ ପ୍ରଭାରୀ ଅବିନାଶ ପାଣ୍ଡେୟ ।

ସୂଚନାଯୋଗ୍ୟ ଯେ, ୟୁପିରେ କଂଗ୍ରେସ ଇଣ୍ଡିଆ ମେଣ୍ଟ ଜରିଆରେ ସମାଜବାଦି ପାର୍ଟି ସହ ୧୭ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, ସେଥିମଧ୍ୟରୁ କଂଗ୍ରେସ ୬ ଟି ଆସନ ଜିତିଥିବାବେଳେ ସମାଜବାଦୀ ପାର୍ଟି ଏଠାରେ ୩୭ ଟି ଆସନ ଜିତିଥିଲା । ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ହୋଇଥିବା କଂଗ୍ରେସର ସମୀକ୍ଷା ବୈଠକରେ ଅବିନାଶ ପାଣ୍ଡେୟ କହିଛନ୍ତି ଯେ, ରାଜ୍ୟରେ ୪୩ ଟି ଆସନରେ ଆମର ମେଣ୍ଟ ଦଳ ବିଜୟୀ ହୋଇଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଦ୍ଵାରା ଜନତା ଆମ ମାନଙ୍କ ସହ ଯୋଡି ହୋଇଥିଲେ । ଏବଂ ଦେଶର ସଂବିଧାନକୁ ନେଇ ବଢୁଥିବା ବିପଦର ରକ୍ଷା କରିବା ପାଇଁ ୟୁପିର ଜନତା ସେମାନଙ୍କର ଦାୟିତ୍ବ ଭଲ ଭାବରେ ତୁଲାଇଛନ୍ତି ।

Leave A Reply

Your email address will not be published.