Latest Odisha News

BREAKING NEWS

‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ 

ନୂଆଦିଲ୍ଲୀ: ଯୌନ ଅପରାଧ କମାଇବା ପାଇଁ ଶିଶୁ ସୁରକ୍ଷା (POCSO) ଆଇନରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା “ରୋମିଓ-ଜୁଲିଏଟ୍ କ୍ଲଜ୍” ଯୋଡିବା ବିଷୟରେ ଚିନ୍ତା କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଏହି କ୍ଲଜ୍ ଅନୁଯାୟୀ ଯଦି ଦୁଇଜଣ କିଶୋର ସମ ବୟସ୍କ କିମ୍ବା ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଅର୍ଥାତ୍  ଦୁଇ ରୁ ପାଞ୍ଚ ବର୍ଷ ମଧ୍ୟରେ ଥାଏ ଓ ସେମାନେ ସମ୍ପର୍କରେ ଥାଆନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ ନାହିଁ। ପ୍ରସ୍ତାବିତ ଆଇନ ଅନୁଯାୟୀ, ଅତି କମରେ ୧୬ ବର୍ଷ ବୟସ ଏବଂ ସର୍ବାଧିକ ତିନି ବର୍ଷ ବୟସ ପାର୍ଥକ୍ୟ ଥିବା କିଶୋରମାନଙ୍କ ମଧ୍ୟରେ ସମ୍ପର୍କ ଅପରାଧିକ ଅଭିଯୋଗର ସମ୍ମୁଖୀନ ହେବ ନାହିଁ।

ତେବେ ବିଚାରପତି ସଞ୍ଜୟ କାରୋଲ ଏବଂ ଏନ.କେ. ସିଂହଙ୍କ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। ଆଲ୍ଲାହାବାଦରେ ଏକ ମାମଲାକୁ ନେଇ ହାଇକୋର୍ଟ POCSO-ସମ୍ବନ୍ଧୀୟ ଜାମିନ ମାମଲାରେ କିଛି ନିର୍ଦ୍ଦେଶ ଜାରି କରିଥିଲେ। ଯାହାକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ।

ଏହି ଆଇନର ନାମ ଶେକ୍ସପିୟରଙ୍କ ପ୍ରସିଦ୍ଧ ନାଟକ, ରୋମିଓ ଏବଂ ଜୁଲିଏଟରୁ ନିଆଯାଇଛି ଯାହା ଦୁଇ  ପ୍ରତିଦ୍ୱନ୍ଦ୍ୱୀ ପରିବାର ମଧ୍ୟରେ ଦୁଇ ଜଣ ଯୁବ ଇଟାଲୀୟ ପ୍ରେମି ଯୁଗଳଙ୍କ କାହାଣୀ ଉପରେ ଆଧାରିତ ଅଟେ।

ଏହି ଆଇନ ପ୍ରଥମେ ଆମେରିକାରେ ପ୍ରଚଳନ କରାଯାଇଥିଲା ଯେଉଁଠାରେ ସହମତିପୂର୍ଣ୍ଣ ଭାବରେ ସମ୍ପର୍କରେ ଥାଇ ମଧ୍ୟ କିଶୋରମାନେ ଦୁଷ୍କର୍ମ ଭଳି ଅପରାଧରେ ଜଡିତ ହେଉଛନ୍ତି। ବର୍ତ୍ତମାନ ଭାରତର ସୁପ୍ରିମକୋର୍ଟ ମଧ୍ୟ POCSO ଭଳି କଠୋର ଆଇନ ମାଧ୍ୟମରେ ଏପରି ନିର୍ଦ୍ଦୋଷ କିଶୋରମାନଙ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି। ଏହାଦ୍ବାରା ଯୌନ ନିର୍ଯାତନାରୁ ପିଲାମାନଙ୍କୁ ସୁରକ୍ଷା ମିଳିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

 

Leave A Reply

Your email address will not be published.