ନୂଆଦିଲ୍ଲୀ: ସବୁ ଭାରତୀୟଙ୍କ ପାଇଁ ନଭେମ୍ୱର ୨୬ ତାରିଖ ଖୁବ ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହା ଆଜିର ଦିନରେ ଦେଶର ସମ୍ୱିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ତେଣୁ ଏହାକୁ ସମ୍ୱିଧାନ ଦିବସ ଭାବେ ଦେଶରେ ପାଳନ କରାଯାଉଛି । ପରେ ୨୬ ଜାନୁଆରୀ ୧୯୫୦ମସିହାରେ ସମ୍ୱିଧାନକୁ ଦେଶରେ ପ୍ରଣୟନ କରାଯାଇଥିଲା ।
Today, on Constitution Day, we pay homage to those greats who gave us our Constitution and reiterate our commitment to fulfil their vision for our nation. pic.twitter.com/eKVwA7NdaB
— Narendra Modi (@narendramodi) November 26, 2022
ସମ୍ୱିଧାନ ପ୍ରତ୍ୟେକ ଭାରତୀୟଙ୍କୁ ମୌଳିକ ଅଧିକାର ପ୍ରଦାନ କରେ । ଜଣେ ସ୍ୱାଧୀନ ନାଗରିକର ପରିଚୟ ଦିଏ । ଏହା ସହିତ ଦେଶ ପ୍ରତି ଥିବା ମୌଳିକ କର୍ତ୍ତବ୍ୟ ନେଇ ମଧ୍ୟ ଭାରତୀୟଙ୍କୁ ସଚେତନ କରାଏ ସମ୍ୱିଧାନ । ଆଜିର ଦିନକୁ ରାଷ୍ଟ୍ରୀୟ ଆଇନ ଦିବସ ଭାବେ ମଧ୍ୟ ପାଳନ କରାଯାଏ ।
ସମ୍ୱିଧାନ ଦିବସ କାହିଁକି ପାଳନ ହୁଏ?
୨୦୧୫ରେ ସମ୍ୱିଧାନ ପ୍ରଣେତା ବି.ଆର୍ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ବର୍ଷ ଅବସରରେ ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରାଳୟ ପକ୍ଷରୁ ୨୬ ନଭେମ୍ୱରକୁ ସମ୍ୱିଧାନ ଦିବସ ଭାବେ ପାଳନ କରାଯାଇଆସୁଛି । ଦେଶର ପ୍ରତି ନାଗରିକଙ୍କ ମନରେ ସାମ୍ୱିଧାନିକ ମୂଲ୍ୟବୋଧ ଜାଗ୍ରତ କରିବା ପାଇଁ ଏହି ଦିବସ ପାଳନ କରାଯାଏ । ଭାରତୀୟ ସମ୍ୱିଧାନ ବିଶ୍ୱର ସବୁଠାରୁ ବଡ଼ ସମ୍ୱିଧାନ । ଦେଶର ଶାସନବ୍ୟବସ୍ଥା ଓ ନ୍ୟାୟ ବ୍ୟବସ୍ଥା ସମ୍ୱିଧାନ ଦ୍ୱାରା ପରିଚାଳିତ ।
ସମ୍ୱିଧାନର ରୂପରେଖ
୧୬ଇଞ୍ଚ ଚଉଡା, ୨୨ ଇଞ୍ଚ ଲମ୍ୱା ଓ ୨୫୧ ପୃଷ୍ଠାରେ ଲିଖିତ ଥିଲା ସମ୍ୱିଧାନର ପାଣ୍ଡୁଲିପି । ପୂରା ସମ୍ୱିଧାନ ପ୍ରସ୍ତୁତ କରିବାରେ ୨ ବର୍ଷ, ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ସମ୍ୱିଧାନର ପ୍ରକୃତ କପିକୁ ପ୍ରେମ ବିହାରୀ ନାରାଯଣ ରାୟଜାଦା ନିଜ ହାତରେ ଲେଖିଥିଲେ । ଯାହାକୁ ୨୪ ଜାନୁଆରୀ ୧୯୫୦ରେ ସମ୍ୱିଧାନ ସଭାରେ ୨୮୪ ଜଣ ସଦସ୍ୟ ସ୍ୱାକ୍ଷର କରିଥିଲେ । ସୁନ୍ଦର ଇଟାଲିକ୍ ଅକ୍ଷରରେ ପାଣ୍ଡୁଲିପିକୁ ଲେଖିଥିଲେ । ବିଭିନ୍ନ ସମୟରେ ସଂଶୋଧନ ହୋଇ ସମ୍ୱିଧାନ ୨୫ ଭାଗ, ୪୪୮ ଅନୁଚ୍ଛେଦ ଓ ୧୨ଟି ସୂଚୀରେ ବିଭକ୍ତ । ଆଜି ବି ଏହାକୁ ସଂସଦରେ ହିଲିଅମପୂର୍ଣ୍ଣ ଡ଼ବାରେ ସୁରକ୍ଷିତ ରଖାଯାଇଛି ।
संविधान भारतीय लोकतंत्र की प्राणशक्ति है जो न सिर्फ हर नागरिक को समान अधिकार देता है बल्कि उन अधिकारों की रक्षा कर उन्हें आगे बढ़ने का अवसर भी देता है।
संविधान को बनाने में अपना योगदान देने वाले सभी महानुभावों को नमन करता हूँ व देशवासियों को संविधान दिवस की शुभकामनाएँ देता हूँ।
— Amit Shah (@AmitShah) November 26, 2022
Comments are closed.