Latest Odisha News

ଡରାଉଛି ଡିପ୍‌ଥେରିଆ, କାଶୀପୁରରେ ୧୮ ଗାଁ କଣ୍ଟେନ୍‌ମେଣ୍ଟ୍

ଭୁବନେଶ୍ୱର: ଦୁଇ ଦିନ ହେଲାଣି ରାୟଗଡ଼ା, କୋରାପୁଟ, କଳାହାଣ୍ଡିରେ ନୂଆ ଡିପ୍‌ଥେରିଆ ରୋଗୀ ଚିହ୍ନଟ ହୋଇନାହାଁନ୍ତି। ତେବେ ଦିନକ ପୂର୍ବେ ଡିପ୍‌ଥେରିଆରେ ଜଣେ ଚିକିତ୍ସାଧୀନ ଶିଶୁଙ୍କ ମୃତ୍ୟୁ ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଡିପ୍‌ଥେରିଆ ଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ସଂକ୍ରମଣ ସ୍ଥିତିରେ ସୁଧାର ଆଣିବାକୁ କାଶୀପୁର ବ୍ଲକରେ ୧୮ଟି ଗାଁ କଣ୍ଟେନମେଣ୍ଟ ଜୋନ କରି ରଖାଯାଇଛି।

ବୁଧବାର କାଶୀପୁର ବ୍ଲକର ଦୁଇଟି ଗାଁରେ ଟିକାକରଣ କରାଯାଇଥିବା ବେଳେ ଗୁରୁବାର ୧୩ଟି ଗାଁରେ ଟିକାକରଣ ହୋଇଛି। ବର୍ତ୍ତମାନ ସୁଦ୍ଧା ୪୩୬ ଜଣଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ କରାଯାଇଛି। ଏଥିରେ ଶିଶୁ ତଥା ବୟସ୍କ ବି ଅଛନ୍ତି। ୧୪ଟି ଟିମ୍ ଟିକାକରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହାଛଡା ବର୍ତ୍ତମାନ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ସର୍ଭିଲାନ୍ସ କରାଯିବ।

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଡିପ୍‌ଥେରିଆ ନେଇ ଆଇସିଏମ୍‌ଆର ଟିମ୍ ପଠାଯାଇଛି। ସେହିପରି ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି।

Comments are closed.