Latest Odisha News

BREAKING NEWS

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  । ଏନେଇ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି  । ଚୁକ୍ତିଭିତ୍ତିକ ଗ୍ରୁପ୍‌ ‘ବି’ , ‘ସି’,‘ଡି’ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ  । ତେବେ ୫୭ ହଜାରରୁ ଅଧିକ ଚୁକ୍ତି ଭିତ୍ତିକ କମର୍ଚାରୀ ନିୟମିତ ହେବେ  । ଏହି ନିଯୁ୍କ୍ତିକୁ ନେଇ ଯେତେ ଚୁକ୍ତିଭିତ୍ତିକ କର୍ମଚାରୀ ଥିଲେ ସେମାନେ ଦୀପାବଳିର ଭେଟି ବୋଲି ଭାବି ବେଶ୍‌ ଖୁସି ପ୍ରକାଶ କରିଛନ୍ତି  ।

ଚୁକ୍ତିଭିତ୍ତିକ ନିଯୁକ୍ତି ଦିନଠାରୁ ଇନକ୍ରିମେଣ୍ଟ ଲାଗୁ ହେବା ସୂଚନା  । ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ବିଧିବଧ ଭାବେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଲା ଅର୍ଥାତ୍‌ ଆଜିଠାରୁ ସେମାନଙ୍କର ଚାକିରି ଆଉ ଚୁକ୍ତିଭିତ୍ତିକ ନାହିଁ ନିୟମିତ ହୋଇଯାଇଛି  । ଏଥିସହ ଯେଉଁମାନେ ୬ ବର୍ଷ ପୂରଣ କରିସାରିଛନ୍ତି ସେମାନଙ୍କୁ ମଧ୍ୟ ଗଣାଯିବା ନେଇ ସୂଚନା  । ବରିଷ୍ଠତା ଭିତ୍ତିରେ ସରକାରୀ ଚାକିରର ସମସ୍ତ ସୁବିଧା ପାଇବେ । ପୂର୍ବରୁ ରେଗୁଲାର ଷ୍ଟାଫ୍‌ ମାନେ ଯେଉଁ ସୁବିଧା ପାଉଥିଲେ ବର୍ତ୍ତମାନ ଏହି କର୍ମଚାରୀମାନେ ମଧ୍ୟ ସହି ସମସ୍ତ ସୁବିଧା ପାଇପାରିବେ ।  କିଛି ଦିନ ପୂର୍ବେ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଲୋୟର ପିଏମଜି ଠାରେ ଧାରଣାରେ ବସିଥିଲେ  ତେବେ ତାଙ୍କର ଦୀର୍ଘଦିନର ସେହି ଧାରଣା ଆଜି ଫଳପ୍ରଦ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ନେଇ ବେଶ୍‌ ଖୁସି ଥିବା ସେଲିବ୍ରେଟ କରି ପ୍ରକାଶ କରିଛନ୍ତି  ।

Leave A Reply

Your email address will not be published.