Latest Odisha News

BREAKING NEWS

ପାକ୍ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଭାଇ-ଭଉଣୀ ସମ୍ପର୍କକୁ ନେଇ କୁତ୍ସିତ ପ୍ରଶ୍ନ; ସୋସିଆଲ ମିଡିଆରେ ଝଡ

ଇସଲାମବାଦ: ପାକିସ୍ତାନର ଏକ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନ ପତ୍ରୁକୁ ନେଇ ଖୁବ ଚର୍ଚ୍ଚା । ଏହି ପ୍ରଶ୍ନ ଭାଇ ଭଉଣୀର ସମ୍ପର୍କକୁ ନେଇ କରାଯାଇଛି । ଅର୍ଥାତ ଭାଇଭଉଣୀ ସେକ୍ସକୁ ନେଇ ପଚରାଯାଇଛି ପ୍ରଶ୍ନ । ଏପରି ପ୍ରଶ୍ନପତ୍ରକୁ ନେଇ ସୋସିଆଲ ମିଡିଆରେ ଝଡ ବହୁଛି । ଅନେକ ବଡ ବଡ ଲୋକ ବିଶେଷ କରି ଛାତ୍ର ସଂଗଠନ ଇସଲାମବାଦ ସ୍ଥିତ କମସାଟର (COMSATS) ର ପ୍ରଶ୍ନ ପତ୍ରର ‘ ଅଶ୍ଳିଳ ସାମଗ୍ରୀ’କୁ ନିନ୍ଦା କରୁଛନ୍ତି । ଏହି ଘଟଣାରେ ଭାଇସ ଚାନ୍ସସେଲର ଏବଂ ଚାନ୍ସସେଲର  ଜବାବ ଦେବା ଉଚିତ ବୋଲି ଦାବି କରାଯାଇଛି । ପ୍ରଶ୍ନପତ୍ରର ସ୍କ୍ରିନସଟ ଟୁଇଟର ସମେତ  ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଯାହା ଜୁଲି ଏବଂ ମାର୍କ ସନ୍ଦର୍ଭକୁ ହାଇଲାଇଟ କରି ଦେଖାଯାଇଛି । ପ୍ରଶ୍ନଟିରେ  ପ୍ୟାସେଜକୁ ପଡି ଛାତ୍ରଙ୍କୁ ଏ ବିଷୟରେ ଏକ ନିବନ୍ଧ ଲେଖିବାକୁ କୁହାଯାଇଛି । ପ୍ୟାସେଜ ସହ ଜଡିତ କିଛି ପ୍ରଶ୍ନର ଉ୍‌ତର ଦେବାକୁ ବି କୁହାଯାଇଛି।

ଅଭିନେତା ତଥା ସିଙ୍ଗର ମିଶି ଖାନ ଟୁଇଟ କରି କହିଛନ୍ତି, ‘ଆପଣଙ୍କୁ ଲାଜ ଲାଗିବା ଦରକାର । ଆପଣଙ୍କୁ ବିଶ୍ୱ ବିଦ୍ୟାଳୟ ସିଲ କରିଦେବା ଦରକାର ଏବଂ ବିକୃତ ଶିକ୍ଷକଙ୍କୁ ବାହାର କରିଦେବା ଉଚତ ଯେଉଁମାନେ ଏପରି ପ୍ରଶ୍ନ ପଚାରିଛନ୍ତି । ଆପଣଙ୍କର ସାହାସ ହେଲା କେମିତି ଏପରି ଖରାପ ପ୍ରଶ୍ନ ପଚାରିବାକୁ ?’

ଶହରୟାର ବୁଖାରି (ଯାହାଙ୍କୁ ଟୁଇଟର ବାୟୋ କହନ୍ତି ଏବଂ ସେ ଇମ୍ରାନ ଖାନଙ୍କ ପାକିସ୍ତାନ ତହରିକ ଏ ଇନସାଫ ସହ ଜଡିତ)କହିଛନ୍ତି,  ପାକିସ୍ତାନର ଏକ ପ୍ରତିଷ୍ଠିତ ବିଶ୍ୱ ବଦ୍ୟାଳୟ ପାକିସ୍ତାନ ଯୁବକଙ୍କୁ  ଏବଂ ଆମର ସଂସ୍କୃତି ତଥା ଧାର୍ମିକ  ମୂଲ୍ୟକୁ ନଷ୍ଟ କରିବାର ଲକ୍ଷ୍ୟ ରଖିଛି । ସ୍କ୍ରିନସଟ ଅନୁସାରେ ଏପରି ବିବାଦୀୟ ପ୍ରଶ୍ନ ବ୍ୟାଚଲର ଅଫ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ (ବିଇଇ) ଛାତ୍ରଙ୍କୁ ଗତବର୍ଷ ଡିସେମ୍ବରରେ ପଚରା ଯାଇଥିଲା ।  ଏଥିରେ ପ୍ରଶ୍ନ ଥିଲା-“ ଜୁଲି ଏବଂ ମାର୍କ ଭାଇ ଭଉଣୀ । ସେମାନେ କଲେର ଗ୍ରୀଷ୍ମକାଳୀନ ଛୁଟିରେ ଫ୍ରାନ୍ସ ଯାଇଥିଲେ । ଗୋଟିଏ ରାତିରେ ସମୁଦ୍ର କୂଳର ଏକ କ୍ୟାବିନରେ ସେମାନେ ଏକୁଟିଆ ରହିଥିଲେ । ସେମାନେ ନିଷ୍ପତ୍ତି ନେଲେ ଯଦି ସେମାନେ  ପ୍ରେମ ସମ୍ପର୍କ ରଖିବେ ତେବେ ଖୁବ ଭଲ ହେବ । ଉଭୟଙ୍କ ପାଇଁ ଏକ ନୂଆ ଅନୁଭବ ହେବ ।’ ତେବେ ଜୁଲି ଗର୍ଭବତୀ ହେବାକୁ ଚାହୁଁ  ନ ଥିଲା । ତେଣୁ ମାର୍କ କଣ୍ଡୋମ ବ୍ୟବହାର କରିଥିଲା ଏବଂ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା । ତେବେ ପରବର୍ତ୍ତୀ ସମୟରେ ସେମାନେ ଏପରି କଦାପି କରିବେ ନାହିଁ ବୋଲି ଶପଥ ନେଇଥିଲେ ।’

ଏହା ପରେ ଛାତ୍ରଙ୍କୁ ପ୍ରଶ୍ନରେ ଏହି ପରିଚ୍ଛେଦ ଉପରେ ସେମାନଙ୍କର ବିଚାର କ’ଣ ପଚରାଯାଇଥିଲା । ସେମାନଙ୍କର ଏପରି ପ୍ରେମ ସମ୍ପର୍କ ରଖିବା ଠିକ ଥିଲା କି ? ଏହାର କାରଣ ଲେଖିବା ସହ କିଛି ପ୍ରାସଙ୍ଗିକ ଉଦାହରଣ ଦେବାକୁ ମଧ୍ୟ କୁହାଯାଇଥିଲା ।  ନ୍ୟୁୟର୍କ ଟାଇମ୍ସ ସୂତ୍ରରୁ ମିିଳିଥିବା ସୂଚନା ଅନୁଯାୟୀ, ପ୍ରଶ୍ନ ପଚାରିଥିବା ଏହି ପ୍ରଫେସର ଜଣକ ହେଉଛନ୍ତି ଖୈର ଉଲ ବଶର । ଯାଞ୍ଚ ପରେ ତାଙ୍କୁ ବିଶ୍‌:ବିଦ୍ୟାଳୟରୁ ବହିଷ୍କୃତ କରି ଦିଆଯାଇଛି ଏବଂ ବ୍ଲାକ ଲିଷ୍ଟରେ ରଖାଯାଇଛି ।

Leave A Reply

Your email address will not be published.