Latest Odisha News

BREAKING NEWS

ପୁଣି ବିବାଦ ଘେରରେ ପପୁ ପମପମ୍ !

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମଙ୍କ ପାଇଁ ପୁଣିଥରେ ଅଡୁଆ ବଢିପାରେ । ବିବାଦ ଯେପରି ତାଙ୍କ ପିଛା ଛାଡୁନି ।

ପୂର୍ବରୁ ନିଜର ଅପକମିଂ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଯେଉଁ ବିବାଦ ଉଠିଥିଲା, ସେଥିରୁ ପପୁ ମୁକୁଳିନଥିବା ବେଳେ ରାତାରାତି ସୋସିଆଲ ମିଡିଆ ସେନସେସନ୍ ପାଲଟିଥିବା ରାନୁ ମଣ୍ଡଳଙ୍କ ନକଲ କରି ପୁଣିଥରେ ନୂଆ ଅଡୁଆ ସୂତାରେ ଛନ୍ଦି ହୋଇପାରନ୍ତି ।

ସେ ଗାଇଥିବା ଗୀତ ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ଆଦୃତ ହେଉଥିବା ବେଳେ କମେଡିଆନ୍ ପପ୍ ପମପମ୍ ତାଙ୍କ ଗୀତର ନକଲ କରୁଥିବା ଏକ ଭିଡିଆ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉକ୍ତ ଭିଡିଓରେ ଯେଉଁଭଳି ଭାବେ ପପୁ ରାନୁଙ୍କ ଗାୟିକୀ ଶୈଳୀର ନକଲ କରିବାକୁ ପ୍ରଚେଷ୍ଟା କରୁଛନ୍ତି ଏବଂ ତାଙ୍କ ଭଳି ମଧ୍ୟ ସଜ୍ଜେଇ ହୋଇଛନ୍ତି । ତାହାକୁ ନାପସନ୍ଦ କରିଛନ୍ତି ବହୁ ଦର୍ଶକେ ।

ସୂଚନାଯୋଗ୍ୟ, ତେବେ ପଶ୍ଚିମବଙ୍ଗର ରାନାଘାଟ୍ ରେଳ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଏକ ଗୀତ ଗାଇ ବର୍ତ୍ତମାନ ସମୟରେ ଷ୍ଟାର୍ ପାଲଟିଥିବା ରାନୁ ମଣ୍ଡଳଙ୍କ ବିଷୟରେ ପ୍ରାୟ ଅଳ୍ପବହୁତେ ସମସ୍ତେ ଜାଣିଥିବେ । ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳ ନିଜ ଭାଗ୍ୟ ବଳରେ ବଲିଉଡରେ ହିମେଶ ରେଶମିୟାଁଙ୍କ ସହ ଗୀତ ଗାଇବାକୁ ସୁଯୋଗ ପାଇଛନ୍ତି ।

ଏପରିକି ଜଣେ ଗରିବ ମହିଳାଙ୍କୁ ପପୁ ଉପହାସ କରୁଥିବା ଦର୍ଶାଇ ସୋସିଆଲ ମିଡିଆରେ ବହୁ ଲୋକ ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।

Leave A Reply

Your email address will not be published.