Latest Odisha News

BREAKING NEWS

controversy over funeral: ଅନ୍ତିମ ସଂସ୍କାରକୁ ନେଇ ଗଣ୍ଡଗୋଳ, ପୋଡ଼ିଦେଲେ ଚର୍ଚ୍ଚ

ଛତିଶଗଡ଼: ଛତିଶଗଡ଼ର କାଙ୍କେର ଜିଲ୍ଲାର ଆମାବେଡା ଗାଁରେ ଏକ ବିବାଦୀୟ ଶବଦାହକୁ ନେଇ ଉତ୍ତେଜନା ବୃଦ୍ଧି ପାଇବା ପରେ ହିଂସା ଦେଖାଦେଇଥିଲା।ଏଥିରେ ଅନେକ ଲୋକ ଆହତ ହୋଇଥିଲେ, ଯାହା ଫଳରେ ଦୁଇଟି ଚର୍ଚ୍ଚ ପୋଡ଼ି ଯାଇଥିଲା ଏବଂ ଅନେକ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିଲା। ରାୟପୁରରୁ ପ୍ରାୟ ୧୫୦ କିଲୋମିଟର ଦକ୍ଷିଣରେ ଥିବା ବଡ଼େ ତେୱଡା ଗ୍ରାମ ପଞ୍ଚାୟତରେ ୭୦ ବର୍ଷୀୟ ଚାମରାରଣ ସଲାମଙ୍କ ପରିବାରର ବ୍ୟକ୍ତିଗତ ଜମିରେ କବର ଦିଆଯିବା ପରେ ଅଶାନ୍ତି ଆରମ୍ଭ ହୋଇଥିଲା।

ଛତିଶଗଡ଼ର କା‌ଙ୍କେର ଜିଲ୍ଲାରେ ଏକ ବିବାଦୀୟ କବରକୁ ନେଇ ଆଦିବାସୀ ଓ ଖ୍ରୀଷ୍ଟିଆନ ସମୁଦାୟ ମଧ୍ୟରେ ଉତ୍ତେଜନା ହିଂସାରେ ପରିଣତ ହେବା ସହିତ ଦୁଇଟି ଚର୍ଚ୍ଚ ପୋଡ଼ି ଦିଆଯାଇଛି।  ସରପଞ୍ଚ ରାଜମନ ସଲାମଙ୍କ ବାପା ୭୦ ବର୍ଷୀୟ ଚାମରାରାମ ସଲାମଙ୍କ ମୃତ୍ୟୁ ପରେ  ତାଙ୍କୁ ଏକ ଘରୋଇ ଜମିରେ କବର ଦିଆଯିବାକୁ ନେଇ ବିବାଦ ଦେଖାଯାଇଥିଲା। ଚାମରାରାମ ଅସୁସ୍ଥ ଥିଲେ ଓ ଡିସେମ୍ବର ୧୫ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।  ତେବେ ସ୍ଥାନୀୟ ଲୋକ ସରପଞ୍ଚଙ୍କ ପରିବାର ଖ୍ରୀଷ୍ଟିଆନ ହୋଇଯାଇଥିବାରୁ ଆଦିବାସୀ ରୀତିନୀତିରେ ଅନ୍ତ୍ୟେଷ୍ଟି ନ କରି ଲୁଚାଛପାରେ ଖ୍ରୀଷ୍ଟିଆନ ପ୍ରଥା ଅନୁଯାୟୀ କରିଥିବା ଦାବି କରିଥିଲେ।

ଗ୍ରାମବାସୀଙ୍କ  ଅଭିଯୋଗ ଆଧାରରେ ମାଜିଷ୍ଟ୍ରେଟ୍ ଗୁରୁବାର କବର ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାର ତଦନ୍ତ ଏବଂ ମୃତଦେହ ବ୍ୟବଚ୍ଛେଦ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଥିଲେ। ଦୁଇ ପକ୍ଷର ଗଣ୍ଡଗୋଳ ଯୋଗୁଁ ଅନେକ ସମ୍ପତ୍ତି ନଷ୍ଟ ହୋଇଥିବା ପୁଲିସ ସୂଚନା ଦେଇଛି। ବୁଧବାରଠାରୁ ଗାଁରେ ଉତ୍ତେଜନା ଲାଗି ରହିଛି। ପଥର ମାଡ଼ ଯୋଗୁ ୨୦ରୁ ଅଧିକ ପୁଲିସ ଓ ଗ୍ରାମବାସୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ପୁଲିସ ଏଏସ୍‌ପି ମଧ୍ୟ ଅଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଣ୍ଡଗୋଳ ଯୋଗୁଁ ଦୁଇଟି ଚର୍ଚ୍ଚ ପୋଡ଼ି ଦିଆଯାଇଥିବାବେଳେ ଖ୍ରୀଷ୍ଟିଆନ  ସମୁଦାୟ ଲୋକଙ୍କ ଘର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।


 

Leave A Reply

Your email address will not be published.