Latest Odisha News

ରାସ୍ତା କଡ଼ରେ ବିକ୍ରି ହେଉଛି ମ୍ୟାଙ୍ଗୋ ଅଣ୍ଡା ଆମ୍‌ଲେଟ୍ : ଖାଇବାକୁ ଲୋକଙ୍କ ଭିଡ଼

ଆଜିକାଲି ସୋସିଆଲ ମିଡିଆରେ ଅଜବ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଭିନ୍ନ ଭିନ୍ନ ଖାଦ୍ୟର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳେ । କେହି ଚକୋଲେଟ୍ ମୋମୋସ୍‌, ଗୁପ୍‌ଚୁପ୍ ପ୍ରସ୍ତୁତ କରନ୍ତି ତ ଆଉ କିଏ ଅଜବ ଆଇସ୍‌କ୍ରିମ୍ ପ୍ରସ୍ତୁତ କରିଥାନ୍ତି । ଏବେ ଜଣେ ରାସ୍ତାକଡ଼ର ଉଠାଦୋକାନୀ ମ୍ୟାଙ୍ଗୋ ଅଣ୍ଡା ଆମ୍‌ଲେଟ୍ ପ୍ରସ୍ତୁତ କରୁଥିବା ଏକ ଭିଡ଼ିଓ ଭାଇରାଲ ହେଉଛି । ଯାହାକୁ ଲୋକେ ଏହା ବିଷାକ୍ତ ଖାଦ୍ୟ ଓ ଶରୀର ପାଇଁ କ୍ଷତିକାରକ ବୋଲି କହିଛନ୍ତି ।

ଏପରି ଅଜବ ଖାଦ୍ୟ ପ୍ରାୟତଃ ଦେଶବିଦେଶରେ ଦେଖିବାକୁ ମିଳିଥାଏ । ହେଲେ ଆମ ଭାରତରେ ନୁହେଁ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ରାସ୍ତାକଡ଼ରେ ଫାଷ୍ଟଫୁଡ଼ ଦୋକାନ କରିଛନ୍ତି । ବ୍ୟକ୍ତି ଜଣକ ପ୍ରଥମେ ତାୱାରେ ତେଲ ଗରମ କରି ସେଥିରେ ଦୁଇଟି ଅଣ୍ଡା ଭାଙ୍ଗି ପକାଉଛନ୍ତି । ଅଧାସିଝିଥିବା ସମୟରେ ଏକ ପାତ୍ରକୁ କାଢି ଦେଉଛନ୍ତି । ଆଉ ସେଇ ତାୱାରେ ତେଲ ଦେଇ ଅଣ୍ଡାର ହଳଦିଆ ଅଶଂକୁ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ,ମସଲା ଆଦି ପକାଇ ଭାଜୁଛନ୍ତି । ପରେ ସେଥିରେ ମ୍ୟାଙ୍ଗୋ କୋଲଡ଼୍ରିଙ୍କ୍‌ସ ପକାଉଛନ୍ତି । ଆଗରୁ ପ୍ରସ୍ତୁତ କରି ରଖିଥିବା ଅଣ୍ଡାକୁ ପକାଇ ଗୋଳାଉଛନ୍ତି । ଶେଷରେ ପନିର ପକାଇ ସଜାଇ ଗ୍ରାହକଙ୍କୁ ପରସୁଛନ୍ତି । ଏହାକୁ ଖାଇବାକୁ ଲୋକଙ୍କ ଭିଡ଼ ଜମୁଛି ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ଲୋକ ନକରାତ୍ମକ ମତାମତ ଦେଇଛନ୍ତି । ଆଉ କିଛି ଲୋକ ଏପରି ବିଷାକ୍ତ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ବୋଲି କହିଛନ୍ତି ।

Comments are closed.