ଭୁବନେଶ୍ଵର: ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ । ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ । ତେବେ ପୋଷ୍ଟମର୍ଟମ ନ କରି ଶବ ଦାହ କରୁ୍ଥିବା ନେଇ ଅଭିଯୋଗ କରିଥିଲେ ସମ୍ପର୍କୀୟ । ସମ୍ପର୍କୀୟଙ୍କ ଅଭିଯୋଗ ପରେ ଶବ ଜବତ କଲା ପୋଲିସ ।
ସୂଚନା ଅନୁସାରେ, ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ୭୨ ବର୍ଷିୟ ପତ୍ନୀ ଅଶ୍ରୁକଣା ପ୍ରଧାନଙ୍କ ମୃତ ଦେହକୁ ବିନା ପୋଷ୍ଟମର୍ଟମରେ ଏବଂ କାହାରିକୁ କିଛି ଖବର ନଦେଇ ସତ୍ୟନଗର ଶ୍ମଶାନରେ ବୋହୂ ଉପାସନା ଷଡ଼ଙ୍ଗୀ ଶବ ଦାହ କରୁଥିବା ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ ଅଶ୍ରୁକଣାଙ୍କ କିଛି ସମ୍ପର୍କିୟ । ଏହାପରେ ପୋଲିସ ସତ୍ୟନଗର ଶ୍ମଶାନରେ ପହଞ୍ଚି ଶବଦାହକୁ ଅଧାରୁ ବନ୍ଦ କରିବା ସହ ଫୋରେନସିକ ଟିମ୍ ସହାୟତରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ।
ତେବେ ତାଙ୍କ ମୃତ୍ୟୁ ବାର୍ଦ୍ଧକ୍ୟ ଜନିତ ନା ଅସ୍ବାଭାବିକ? ବୋହୁ ଏପରି କାହିଁକି କଲେ ସେ ନେଇ ଏବେ ଭିନ୍ନ ଭିନ୍ନ ପ୍ରଶ୍ନ ଉଠିଛି । ସେପଟେ ଶାଶୁଙ୍କୁ ବିଭିନ୍ନ ସମୟରେ ଉପାସନା ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପର୍କିୟ । ଅନ୍ୟପଟେ ଅଭିଯୋଗ କରୁଥିବା ବ୍ୟକ୍ତି ମାନଙ୍କ ସହ ସମ୍ପତ୍ତି ପାଇଁ ପୂର୍ବରୁ ବିବାଦ ଥିଲା । ତେଣୁ ସେମାନେ ଏପରି ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି ଉପାସନା ।
Comments are closed.