Latest Odisha News

BREAKING NEWS

ଦୃଢ଼ ସ୍ଥିତିରେ ଓଡିଶା: ଆଶୀର୍ବାଦ, ଦିବ୍ୟଜ୍ୟୋତିଙ୍କ ଅର୍ଦ୍ଧଶତକ

ଅହମ୍ମଦାବାଦ: ଚଳିତ କୁଚ ବିହାର ଟ୍ରଫି କ୍ରିକେଟରେ ଆଶୀର୍ବାଦ ସ୍ୱାଇଁ ଓ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ମଣିପୁର ବିପକ୍ଷରେ ଓଡିଶା ଭଲ ସ୍ଥିତିରେ ରହିଛି । ମେଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିବସରେ ମଣିପୁରକୁ ଓଡିଶା ୧୧୦ ରନରେ ଅଲଆଉଟ କରି ଦେଇଥିଲା । ରିତେଶ ପ୍ରିୟରଂଜନ,ଶ୍ରେଷ୍ଠ ସିଂ ଓଡିଶା ପକ୍ଷରୁ ୪ଟି ଲେଖାଁଏ ଏବଂ ଶୋଭନ ଦେବ ବେହେରା ୨ଟି ୱିକେଟ ଅକ୍ତିଆର କରିଥିଲେ । ମଣିପୁର ବ୍ୟାଟିଂ ଆରମ୍ଭ କରି ଗୋଟିଏ ୱିକେଟରେ ୫୪ ରନ ସଂଗ୍ରହ କରିଥିଲା । ଏହା ପରେ ଓଡିଶାର ଆକର୍ଷଣୀୟ ବୋଲିଂ ଯୋଗୁ ଦଳ ବାକି ୯ଟି ୱିକେଟ ୫୬ ରନରେ ହରାଇ ଦେଇଥିଲା ।

ଜବାବରେ ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା କୌଣସି ୱିକେଟ ନ ହରାଇ ୧୬୭ ରନ ସଂଗ୍ରହ କରି ୫୭ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଆଶୀର୍ବାଦ ୮୨ ଓ ଦିବ୍ୟଜ୍ୟୋତି ୭୫ ରନ କରି ଅପରାଜିତ ରହିଛନ୍ତି ।

Leave A Reply

Your email address will not be published.