ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କୁଲି’ର ରିଲିଜ ଡେଟ ଘୋଷଣା ହୋଇଯାଇଛି। ଏହି ଫିଲ୍ମଟି ସ୍ୱାଧୀନତା ଦିବସ ପୂର୍ବ ଦିନ ଅର୍ଥାତ ୧୪ ଅଗଷ୍ଟରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ।
ସନ୍ ପିକଚର୍ସ ନିଜର X ଆକାଉଣ୍ଟରୁ ଏହାର ଏକ ଫଟୋ ପୋଷ୍ଟ କରିଛି। ଯେଉଁଥିରେ ରଜନୀକାନ୍ତ ସିଟି ମାରିଥିବାର ନଜର ଆସିଛନ୍ତି।
କୁଲି’ର ରିଲିଜ ଡେଟ ଘୋଷଣା ହେବାପରେ ଏହା ‘ୱାର ୨’ର ନିର୍ମାତା ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛ। କାରଣ ୱାର-୨ ମଧ୍ୟ ଅଗଷ୍ଟ ୧୪ ରେ ସାରା ବିଶ୍ୱରେ ମୁକ୍ତି ଲାଭ କରିବାକୁ ଯାଉଛି। ‘ୱାର୍ ୨’ରେ ହ୍ରିତିକ୍ ରୋଶନ ଙ୍କ ସହ ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ସାଉଥରେ ‘କୁଲି’ ଫିଲ୍ମ ‘ୱାର 2’ କୁ କଡା ଟକ୍କର ଦେଇପାରେ ବୋଲି ସିନେ ଆନାଲିଷ୍ଟ ମାନେ ଅନୁମାନ କରୁଛନ୍ତି। ଏପରି ପରିସ୍ଥିତିରେ ‘ୱାର ୨’ର ନିର୍ମାତାମାନେ ଫିଲ୍ମର ମୁକ୍ତି ତାରିଖକୁ ପରିବର୍ତ୍ତନ କରିବେ କି ପୂର୍ବ ନିର୍ଦ୍ଧାରିତ ତାରିଖରେ ମୁକ୍ତିଲାଭ କରିବେ ତାହା ଦେଖିବାକୁ ବାକି ରହିଲା।
‘କୁଲି’ ଏକ ଆକ୍ସନ୍ ଥ୍ରୀଲର୍ ଫଲ୍ମ। କୁଲି ଫଲ୍ମରେ ରଜନୀକାନ୍ତଙ୍କ ସମେତ ବଲିଉଡ ସୁପରଷ୍ଟାର ଆମୀର ଖାନ, ଟଲିଉଡର ନାଗାର୍ଜୁନ, ଉପେନ୍ଦ୍ର, ଶ୍ରୁତି ହାସନ, ମାଲାୟାଲମ ଅଭିନେତା ସବିନ ଶାହିର, ରେବା ମୋନିକା ଜନ୍ ଏବଂ ସାଥିରାଜ ଙ୍କୁ ଦେଖିବାକୁ ମିଳିବ।
ସେହିପରି ‘ୱାର-୨’ ୨୦୧୯ ରେ ମୁକ୍ତି ଲାଭ କରିଥିବା ହ୍ରିତିକ ରୋଶନ, ଟାଇଗର ଶ୍ରଫ ଏବଂ ବାନି କପୁରଙ୍କ ଫିଲ୍ମ ୱାରର ସିକ୍ୱେଲ ଅଟେ। ତେବେ ଏହି ଫିଲ୍ମରେ ଆକ୍ସନ ସହ ଆଡଭେଞ୍ଚର ଭରପୁର ମାତ୍ରାରେ ଦେଖିବାକୁ ମିଳିବ।
Comments are closed.