Latest Odisha News

BREAKING NEWS

କୁନୁରର ଡଲଫିନ୍ ନୋଜ୍ ପର୍ଯ୍ୟଟକଙ୍କୁ କରେ ଆକୃଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ଏପରି ଅନେକ ପର୍ଯ୍ୟଟନସ୍ଥଳ ଅଛି, ଯେଉଁଠାର ସୁନ୍ଦର ଦୃଶ୍ୟ ମନରେ ଚିରସ୍ମରଣୀୟ ହୋଇ ରହିଯାଏ। ଆଜି ଆମେ ଆଲୋଚନା କରିବା କୁନୁର ହିଲ୍ ଷ୍ଟେସନ ସମ୍ପର୍କରେ। ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରେ। କୁନୁର ତାମିଲନାଡୁରେ ଅବସ୍ଥିତ। କୁନୁର ଉଟି ଠାରୁ ମାତ୍ର ୧୮ କିଲୋମିଟର ଏବଂ କୋଏମ୍ବାଟୁର ଠାରୁ ୭୧ କିଲୋମିଟର ଦୂରରେ ଅବସ୍ଥିତ। କୁନୁର ଗ୍ରୀନ ଭ୍ୟାଲି ଏବଂ ସୁନ୍ଦର ଜଳପ୍ରପାତ ପାଇଁ ବେଶ ଜଣାଶୁଣା। ତେବେ ଆସନ୍ତୁ ଜାଣିବା ଏହି ସୁନ୍ଦର ହିଲ୍ ଷ୍ଟେସନ ସମ୍ପର୍କରେ।

ଏଠାରେ ବିଶେଷ କଥା ହେଉଛି ସ୍ଥାନଟି ଦେଖିବାକୁ ଡଲଫିନର ନାକ ସଦୃଶ। ଏହା ଅତି ସୁନ୍ଦର ପର୍ଯ୍ୟଟନ ସ୍ଥାନ। କୁନୁର ପ୍ରାୟତଃ କୁହୁଡି ଦ୍ୱାରା ଆଚ୍ଛାଦିତ। ଏହି ସ୍ଥାନର ନାମ ଡଲଫିନ୍ ନୋଜ ରଖାଯାଇଛି କାରଣ ଏହା ଉପରେ ଅବସ୍ଥିତ ପାହାଡର ଆକୃତି ଡଲଫିନ୍ ନାକ ପରି। କୁନୁରର ସୁନ୍ଦର ପର୍ବତ ବ୍ୟତୀତ ଏଠାରେ ଏକ ଝରଣା ମଧ୍ୟ ଅଛି, ଯାହାକୁ କ୍ୟାଥରିନ୍ ୱାଟର ଫଲ୍ କୁହାଯାଏ। ଏହା ଏକ ଉତ୍ତମ ପିକନିକ୍ ସ୍ଥାନ। ତେଣୁ ଏଠାରେ ସବୁବେଳେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଏହି ଜଳପ୍ରପାତ ଘଞ୍ଚ ଜଙ୍ଗଲ ଦ୍ୱାରା ଘେରି ରହିଛି।

ଘଞ୍ଚ ଜଙ୍ଗଲ ଦ୍ୱାରା ଘେରି ରହିଥିବା କୁନୁରରେ ସମୟ ବିତେଇବା ପାଇଁ ଏକ ସର୍ବତ୍ତୋମ ସ୍ଥାନ କୁହାଯାଏ। କୁନୁରରେ ଅନେକ ଦୃଶ୍ୟ ରହିଛି ଯାହାକୁ ଉପଭୋଗ କରାଯାଇପାରିବ। ଏଠାକୁ ଯିବା ପୂର୍ବରୁ ଆଗୁଆ ଟିକେଟ୍ ବୁକିଂ କରିବା ଉଚିତ। କାରଣ ପ୍ରତ୍ୟେକ ଋତୁରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଜମିଥାଏ ଏବଂ ଟିକେଟ ମିଳିବା କଷ୍ଟ ହୋଇପଡେ। ସେହିପରି ହିଡେନ ଭ୍ୟାଲି ମଧ୍ୟ ଅତି ସୁନ୍ଦର ସ୍ଥାନ ଯେଉଁଠାରେ ଯୁବକମାନେ ଆଡଭେଞ୍ଚର ସ୍ପୋର୍ଟ୍ସ ପାଇଁ ଯାଆନ୍ତି। ହିଡେନ ଭ୍ୟାଲିରେ ଟ୍ରେକିଂ, ରକ କ୍ଲାଇବିଂ ଏବଂ ରିଭର ରାଫ୍ଟିଂ ଭଳି କ୍ରୀଡା ଉପଭୋଗ କରିପାରିବେ। ଦମ୍ପତିମାନଙ୍କ ପାଇଁ ଅନେକ ପର୍ଯ୍ୟଟନ ସ୍ଥାନ ମଧ୍ୟ ଅଛି ଯାହା ଯାତ୍ରାକୁ ସ୍ମରଣୀୟ କରିପାରେ।

Comments are closed.