Latest Odisha News

ଟଙ୍କା ମାଗିବାରୁ ପେଟ୍ରୋଲ ପମ୍ପ କର୍ମୀଙ୍କୁ କାର ବନେଟରେ ଘୋଷାଡିନେଲେ, ଭିଡିଓ ଭାଇରାଲ

କନ୍ନୁର: ପୋଲିସ ବାବୁଙ୍କ ଅଜବ ଦାଦାଗିରି। ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ ଭରିଲେ। ଯେତେବେଳେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ତାଙ୍କୁ ଟଙ୍କା ମାଗିଲେ ତ ରାଗିଗଲେ।

ସୂଚନା ଅନୁସାରେ, କେ ସନ୍ତୋଶ କୁମାର ନାମକ ଜଣେ ପୋଲିସ କର୍ମୀ ରବିବାର ସନ୍ଧ୍ୟାରେ କେରଳର କନ୍ନୁରର ଏକ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ। ଟଙ୍କା ମାଗିବାରୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କୁ ଗାଡ଼ି ବୋନେଟରେ ଘୋଷାଡି ନେଇଥିଲେ। ସେ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସେପଟେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ଅନୀଲଙ୍କ ହାତରେ ଆଘାତ ଲାଗିଥିବା ବେଳେ ସେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ଜଣାପଡିଛି।

ଉକ୍ତ ପୋଲିସ କର୍ମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯିବା ସହ ନିଲମ୍ବିତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କନ୍ନୁର ନଗର ପୋଲିସ କମିଶନର ଅଜିତ କୁମାର।

 

 

Comments are closed.