Latest Odisha News

୩ ମାସରେ ବାଲେଶ୍ୱରରେ ୭ କେଜି ବ୍ରାଉନ ସୁଗାର ଜବତ , ୬୪ ଜଣ ଗିରଫ

ଜଳେଶ୍ୱର :ଜଳେଶ୍ୱରରେ ପୋଲିସ ଓ ଅବକାରୀ ବିଭାଗର ସାମ୍ବାଦିକ ସମ୍ମିଳନୀ। ପୋଲିସ ଓ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମର ସଫଳତା ପାଇଁ ବାଲେଶ୍ୱର ଏସପିଙ୍କ ଦ୍ୱାରା ଜଳେଶ୍ୱର ଥାନା ପରିସରରେ ପ୍ରେସମିଟ ଅନୁିଷ୍ଠିତ ହୋଇଯାଇଛି । ଜଳେଶ୍ୱରରେ ଦିନକୁ ଦିନ ବଢ଼ୁଛି ବ୍ରାଉନସୁଗାର କାରବାରଏନେଇ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା ହୋଇଥିଲା । ଗତ ୩ ମାସ ମଧ୍ୟରେ ବାଲେଶ୍ୱରରେ ୭ କେଜି ବ୍ରାଉନ ସୁଗାର ଜବତ କରିବା ସହ ୬୪ ଜଣଙ୍କୁ ଗିରଫ କରାଯାଇଛି।

ଏଥିସହ ଅଭିଯୁକ୍ତ ମାନଙ୍କ ଠାରୁ ମୋବାଇଲ ଫୋନଓ ବାଇକ ମଧ୍ୟ ଜବତ କରାଯାଇଛି। ଜଳେଶ୍ୱରରୁ ଅଧିକରୁ ଅଧିକ ନିଶା ଦ୍ରବ୍ୟ ଜବତ କରିବାରେ ସଫଳତା ପାଇଛି ଜଳେଶ୍ୱର ପୋଲିସ। ଅନ୍ୟପଟେ ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ତଦନ୍ତ ଜାରି ରହିଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛିା

Comments are closed.