ଭୁବନେଶ୍ୱର: କରୋନା ନେଇ ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ସୋସିଆଲ ମିଡିଆରେ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି କିଛି କଣ୍ଠଶିଳ୍ପୀ । ଏ ଗୀତ ଭିତରୁ ବେଶୀ ହିଟ୍ ହୋଇଛି ପପୁ ପମ୍ ପମ୍ଙ୍କ ଗୀତ ‘କୋଉଛି ସାଇତି କି ରଖିଥିଲା କରୋନା ଭାଇରସ୍ ଚାଇନା ମାରଡାଲାରେ…ଚିନି ମିନି ଚିନି ମିନି ଚୁଙ୍ଗ ଚାଙ୍ଗ ଚି ପୋକଜୋକ ସାପ ବେଙ୍ଗ ସବୁ ଖାଉଛି..କରୋନା ଆଇଲା ଲୋ ଆଇଲା ଲୋ’ । ଏଲ ଏନ୍ ସିରିଜ ଏହାକୁ ପ୍ରସ୍ତୁତ କରିଥିବା ବେଳେ ଗୀତିକାର ପ୍ରଦ୍ୟୁମ୍ନ ରାଉତ ଗୀତଟିକୁ ଲେଖିଛନ୍ତି । ଏଥିରେ ଥଣ୍ଡା, କାଶ ଛିଙ୍କ ହେଲେ କିପରି ମାସ୍କ ବ୍ୟବହାର କରିବେ, ଅନ୍ୟମାନଙ୍କଠାରୁ କିପରି ଦୂରତା ବଜାୟ ରଖିବେ ସେ ନେଇ ବାର୍ତ୍ତା ରହିଛି । କରୋନା ଡରରେ କିପରି ବାହାଘର ଭୋଜିଭାତ, ସଭାସମିତିରେ କଟକଣା ଲାଗିଛି ସେ ନେଇ ବର୍ଣ୍ଣନା ହୋଇଛି । ଏହି ଗୀତ ଏବେ ଭାଇରାଲ ହେବାରେ ଲାଗିଛି ।
ସେହିପରି ଗୁରୁ ମ୍ୟୁଜିକ ପ୍ରସ୍ତୁତ କରିଛି କରୋନାକୁ ଏକ ଭଜନ । କଣ୍ଠଶିଳ୍ପୀ ବୁବୁନ କୁମାରଙ୍କ ‘ଏ କରୋନା ଦାଉରୁ ତୁମେ ରଖ ଜଗନ୍ନାଥ ପ୍ରଭୁ ରଖ ଜଗନ୍ନାଥ’ ଗୀତ ଗାଇଛନ୍ତି । ଭିଡିଓଟିକୁ ଏ ଯାଏଁ ୧୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏହି ଭଜନକୁ ବ୍ୟବହାର କରି ୟୁଟ୍ୟୁବରେ ଏକାଧିକ ଭିଡିଓ ଦେଖିବାକୁ ମିଳୁଛି । ଏହାକୁ ବି ହଜାର ହଜାର ଲୋକ ଦେଖିଥିବା ଜଣାପଡିଛି ।
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଝିଅ ନୁହେଁ ତୁ କରୋନା ଓ ପ୍ରେମ ତୋର କରୋନା ଚାଇନା ବୋମା ଗୀତ ଗାଇ ବିବାଦ ଘେରକୁ ଆସିଛନ୍ତି । ଏହି ଗୀତ ଦୁଇଟିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏ ନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହା ପରେ ମୂଳ ଭିଡିଓ ଦୁଇଟିକୁ ୟୁଟ୍ୟୁବରୁ ଡିଲିଟ୍ କରିଦିଆଯାଇଛି ।
BREAKING NEWS
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
Comments are closed.