ଭୁବନେଶ୍ୱର: କରୋନା ନେଇ ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ସୋସିଆଲ ମିଡିଆରେ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି କିଛି କଣ୍ଠଶିଳ୍ପୀ । ଏ ଗୀତ ଭିତରୁ ବେଶୀ ହିଟ୍ ହୋଇଛି ପପୁ ପମ୍ ପମ୍ଙ୍କ ଗୀତ ‘କୋଉଛି ସାଇତି କି ରଖିଥିଲା କରୋନା ଭାଇରସ୍ ଚାଇନା ମାରଡାଲାରେ…ଚିନି ମିନି ଚିନି ମିନି ଚୁଙ୍ଗ ଚାଙ୍ଗ ଚି ପୋକଜୋକ ସାପ ବେଙ୍ଗ ସବୁ ଖାଉଛି..କରୋନା ଆଇଲା ଲୋ ଆଇଲା ଲୋ’ । ଏଲ ଏନ୍ ସିରିଜ ଏହାକୁ ପ୍ରସ୍ତୁତ କରିଥିବା ବେଳେ ଗୀତିକାର ପ୍ରଦ୍ୟୁମ୍ନ ରାଉତ ଗୀତଟିକୁ ଲେଖିଛନ୍ତି । ଏଥିରେ ଥଣ୍ଡା, କାଶ ଛିଙ୍କ ହେଲେ କିପରି ମାସ୍କ ବ୍ୟବହାର କରିବେ, ଅନ୍ୟମାନଙ୍କଠାରୁ କିପରି ଦୂରତା ବଜାୟ ରଖିବେ ସେ ନେଇ ବାର୍ତ୍ତା ରହିଛି । କରୋନା ଡରରେ କିପରି ବାହାଘର ଭୋଜିଭାତ, ସଭାସମିତିରେ କଟକଣା ଲାଗିଛି ସେ ନେଇ ବର୍ଣ୍ଣନା ହୋଇଛି । ଏହି ଗୀତ ଏବେ ଭାଇରାଲ ହେବାରେ ଲାଗିଛି ।
ସେହିପରି ଗୁରୁ ମ୍ୟୁଜିକ ପ୍ରସ୍ତୁତ କରିଛି କରୋନାକୁ ଏକ ଭଜନ । କଣ୍ଠଶିଳ୍ପୀ ବୁବୁନ କୁମାରଙ୍କ ‘ଏ କରୋନା ଦାଉରୁ ତୁମେ ରଖ ଜଗନ୍ନାଥ ପ୍ରଭୁ ରଖ ଜଗନ୍ନାଥ’ ଗୀତ ଗାଇଛନ୍ତି । ଭିଡିଓଟିକୁ ଏ ଯାଏଁ ୧୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏହି ଭଜନକୁ ବ୍ୟବହାର କରି ୟୁଟ୍ୟୁବରେ ଏକାଧିକ ଭିଡିଓ ଦେଖିବାକୁ ମିଳୁଛି । ଏହାକୁ ବି ହଜାର ହଜାର ଲୋକ ଦେଖିଥିବା ଜଣାପଡିଛି ।
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଝିଅ ନୁହେଁ ତୁ କରୋନା ଓ ପ୍ରେମ ତୋର କରୋନା ଚାଇନା ବୋମା ଗୀତ ଗାଇ ବିବାଦ ଘେରକୁ ଆସିଛନ୍ତି । ଏହି ଗୀତ ଦୁଇଟିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏ ନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହା ପରେ ମୂଳ ଭିଡିଓ ଦୁଇଟିକୁ ୟୁଟ୍ୟୁବରୁ ଡିଲିଟ୍ କରିଦିଆଯାଇଛି ।
BREAKING NEWS
- Politicians Lost Lives In Air Tragedies: ୭ ମାସ ପୂର୍ବେ ବିଜୟ ରୂପାନୀ… ଆଉ ଏବେ ଅଜିତ ପାୱାର… ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଏହି ନେତା…
- Parliament Budget Session: ଭାରତ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି କରୁଛି: ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ
- ଟାଟା ଷ୍ଟିଲ ଫାଉଣ୍ଡେସେନ ପକ୍ଷରୁ ଢେଙ୍କାନାଳରେ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ
- Ajit Pawar Death: ହାତଘଣ୍ଟା, ଚଷମାରୁ ଜଣାପଡିଲା ଅଜିତ୍ ପାୱାରଙ୍କ ପରିଚୟ, ବିମାନ ଦୁର୍ଘଟଣା ନେଇ ସାମ୍ନାକୁ ଆସିଲା ସତ…
- କୁମ୍ଭମେଳା ଦଳାଚକଟା: କ୍ଷତିପୂରଣ ରାଶି ୩୦ଦିନ ଭିତରେ ଦେବାକୁ ନିର୍ଦ୍ଦେଶ
- NCP Leader DyCM Ajit Pawar: ନିରବି ଗଲେ ଅଜିତ୍ ପାୱାର, କକା ଶରଦ କରାଇଥିଲେ ରାଜନୀତିରେ ପାରଙ୍ଗମ, ପରେ ପାଲଟିଥିଲେ ମହାରାଷ୍ଟ୍ର ରାଜନୀତିର ପିତାମହ…
- Maharashtra Deputy CM Dies: ମହାରାଷ୍ଟ୍ରରେ ବଡ଼ ବିମାନ ଦୁର୍ଘଟଣା, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ…
- କାହିଁକି ଗୀତ ଗାଇବେନି ଅରିଜିତ୍ ସିଂ? ଅସଲ କାରଣ କହିଲେ ଗାୟକ
- ନୂତନ H-1B ଭିଜା ଆବେଦନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ
- ସଂସଦର ବଜେଟ ଅଧିବେଶନ, ଭିବି ଜି-ରାମ-ଜି ଓ ଏସଆଇଆର ଉପରେ ହେବନି କୌଣସି ଆଲୋଚନା
Comments are closed.