ଭୁବନେଶ୍ୱର: କରୋନା ନେଇ ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ସୋସିଆଲ ମିଡିଆରେ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି କିଛି କଣ୍ଠଶିଳ୍ପୀ । ଏ ଗୀତ ଭିତରୁ ବେଶୀ ହିଟ୍ ହୋଇଛି ପପୁ ପମ୍ ପମ୍ଙ୍କ ଗୀତ ‘କୋଉଛି ସାଇତି କି ରଖିଥିଲା କରୋନା ଭାଇରସ୍ ଚାଇନା ମାରଡାଲାରେ…ଚିନି ମିନି ଚିନି ମିନି ଚୁଙ୍ଗ ଚାଙ୍ଗ ଚି ପୋକଜୋକ ସାପ ବେଙ୍ଗ ସବୁ ଖାଉଛି..କରୋନା ଆଇଲା ଲୋ ଆଇଲା ଲୋ’ । ଏଲ ଏନ୍ ସିରିଜ ଏହାକୁ ପ୍ରସ୍ତୁତ କରିଥିବା ବେଳେ ଗୀତିକାର ପ୍ରଦ୍ୟୁମ୍ନ ରାଉତ ଗୀତଟିକୁ ଲେଖିଛନ୍ତି । ଏଥିରେ ଥଣ୍ଡା, କାଶ ଛିଙ୍କ ହେଲେ କିପରି ମାସ୍କ ବ୍ୟବହାର କରିବେ, ଅନ୍ୟମାନଙ୍କଠାରୁ କିପରି ଦୂରତା ବଜାୟ ରଖିବେ ସେ ନେଇ ବାର୍ତ୍ତା ରହିଛି । କରୋନା ଡରରେ କିପରି ବାହାଘର ଭୋଜିଭାତ, ସଭାସମିତିରେ କଟକଣା ଲାଗିଛି ସେ ନେଇ ବର୍ଣ୍ଣନା ହୋଇଛି । ଏହି ଗୀତ ଏବେ ଭାଇରାଲ ହେବାରେ ଲାଗିଛି ।
ସେହିପରି ଗୁରୁ ମ୍ୟୁଜିକ ପ୍ରସ୍ତୁତ କରିଛି କରୋନାକୁ ଏକ ଭଜନ । କଣ୍ଠଶିଳ୍ପୀ ବୁବୁନ କୁମାରଙ୍କ ‘ଏ କରୋନା ଦାଉରୁ ତୁମେ ରଖ ଜଗନ୍ନାଥ ପ୍ରଭୁ ରଖ ଜଗନ୍ନାଥ’ ଗୀତ ଗାଇଛନ୍ତି । ଭିଡିଓଟିକୁ ଏ ଯାଏଁ ୧୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏହି ଭଜନକୁ ବ୍ୟବହାର କରି ୟୁଟ୍ୟୁବରେ ଏକାଧିକ ଭିଡିଓ ଦେଖିବାକୁ ମିଳୁଛି । ଏହାକୁ ବି ହଜାର ହଜାର ଲୋକ ଦେଖିଥିବା ଜଣାପଡିଛି ।
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଝିଅ ନୁହେଁ ତୁ କରୋନା ଓ ପ୍ରେମ ତୋର କରୋନା ଚାଇନା ବୋମା ଗୀତ ଗାଇ ବିବାଦ ଘେରକୁ ଆସିଛନ୍ତି । ଏହି ଗୀତ ଦୁଇଟିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏ ନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହା ପରେ ମୂଳ ଭିଡିଓ ଦୁଇଟିକୁ ୟୁଟ୍ୟୁବରୁ ଡିଲିଟ୍ କରିଦିଆଯାଇଛି ।
BREAKING NEWS
- Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ ସଙ୍କେତ!
- Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ ଆଉ ଏକ ଲଘୁଚାପ!
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ

Comments are closed.