Latest Odisha News

BREAKING NEWS

କରୋନା ମୁକାବିଲା: ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇଲା ବିଜେପି

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣ ଓ ଲକ୍ ଡ଼ାଉନ ଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛି ରାଜ୍ୟ ବିଜେପି । ରାଜ୍ୟରେ ଏପରି ଗମ୍ଭୀର ପରିସ୍ଥିତି ନେଇ ରାଜ୍ୟ ବିଜେପି ଚିନ୍ତିତ । ରାଜ୍ୟ ଏବଂ ରାଜ୍ୟବାସୀଙ୍କ ଏଭଳି କଠିନ ପରିସ୍ଥିତି ସମୟରେ ସରକାର ଏବଂ ପ୍ରଶାସନକୁ ସବୁ ପ୍ରକାରର ସହଯୋଗ କରିବା ପାଇଁ ବିଜେପିର କର୍ମକର୍ତ୍ତା ପ୍ରସ୍ତୁତ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।

ରାଜ୍ୟରୁ ବ୍ଲକ ଓ ପଂଚାୟତ ପର୍ଯ୍ୟନ୍ତ ଜରୁରୀ ସେବା ଓ ଅନ୍ୟାନ୍ୟ କାମରେ ପ୍ରଶାସନକୁ ସ୍ୱେଚ୍ଛାସେବୀ ଭାବେ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୁଅନ୍ତୁ ବୋଲି ରାଜ୍ୟ ସଭାପତି ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଏଭଳି ଜରୁରୀକାଳିନ ପରିସ୍ଥିତିରେ ଦୀର୍ଘମିୟାଦି ପ୍ରସ୍ତୁତି ସହ ପରିସ୍ଥିତିର ମୁକାବିଲା କରାଯିବା ଜରୁରୀ । ରାଜ୍ୟ ସରକାର ଯେମିତି ଉଚିତ ମନେ କରିବେ ଓ ଯେଉଁ ଦାୟିତ୍ୱ ଦେବେ ରାଜ୍ୟବାସୀଙ୍କ ସେବା ପାଇଁ ବିଜେପି ସବୁ ଦାୟିତ୍ୱକୁ ନିଷ୍ଠା ଓ ଆଗ୍ରହର ସହ ପାଳନ କରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.