Latest Odisha News

BREAKING NEWS

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଏକ ହଜାର ଟପିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୦୦୮ରେ ପହଞ୍ଚିଛି । ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୭୮୭ ହୋଇଥିବା ଜଣାପଡିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୧ ଜଣ ମୃତ୍ୟୁବରଣ କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମଙ୍ଗଳବାର ସନ୍ଧ୍ୟାଠାରୁ ୨୪ ଘଣ୍ଟା ମଧ୍ୟରେ ୧୮୧୩ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଚ ହୋଇଛନ୍ତି । ତେବେ ମୋଟ ୩୧,୭୮୭ କରୋନା ପଜିଟିଭଙ୍କ ମଧ୍ୟରୁ ୨୨,୯୮୨ ଆକ୍ଟିଭ ରୋଗୀ ରହିଥିବା ବେଳେ ୭୭୯୬ ଜଣ ସୁସ୍ଥ ହୋଇଥିବା ମନ୍ତାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମଙ୍ଗଳବାର ସନ୍ଧ୍ୟାରୁ ବୁଧବାର ସନ୍ଧ୍ୟା ମଧ୍ୟରେ ମୃତ୍ୟୁବରଣ କରିଥିବା ୭୧ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ୩୧, ଗୁଜରାଟରେ ୧୯, ମଧ୍ୟପ୍ରଦେଶରେ ୬, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ୫ଜଣ ଲେଖାଏଁ, ପଶ୍ଚିମବଙ୍ଗରେ ୨ ଜଣ ଏବଂ ଜାମ୍ମୁ କାଶ୍ମୀର, ପଂଜାବ ଓ ତାମିଲନାଡୁରେ ଜଣେ ଲେଖାଏଁ ରହିଥିବା ଜଣାପଡିଛି ।

ଏ ପର୍ଯ୍ୟନ୍ତ ସାରା ଦେଶରେ ହୋଇଥିବା ୧୦୦୮ କରୋନା ଜନିତ ମୃତ୍ୟୁ ମଧ୍ୟରେ ମହାରଷ୍ଟ୍ରରେ ୪୦୦, ଗୁଜରାଟରେ ୧୮୧, ମଧ୍ୟପ୍ରଦେଶରେ ୧୧୯, ଦିଲ୍ଲୀରେ ୫୪, ରାଜସ୍ଥାନରେ ୫୧, ଉତ୍ତରପ୍ରଦେଶରେ ୩୬ ଏବଂ ଆନ୍ଧ୍ରପ୍ରଦେଶରେ ୩୧ ପ୍ରମୁଖ ରହିଛି ।

Leave A Reply

Your email address will not be published.