Latest Odisha News

BREAKING NEWS

ଜଗତସିଂହପୁରରେ ଦୁର୍ଗାପୂଜା ମନା

ଜଗତସିଂହପୁର: ଏଥର ଫିକା ପହିବ ପାର୍ବଣ ଋତୁ । ହେବନି ଦୁର୍ଗାପୂଜା । ମହାମାରୀ କରୋନା ପାଇଁ ଜଗତସିଂହପୁର ଜିଲ୍ଲାରେ ଦୁର୍ଗା ପୂଜା ଉପରେ ଲାଗିଲା କଟକଣା । ଚଳିତ ବର୍ଷ ସାରା ଜିଲ୍ଲାରେ ସାର୍ବଜନୀନ ଦୁର୍ଗାପୂଜା ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏଥି ସହିତ ମୂର୍ତ୍ତି ନିର୍ମାଣକୁ ନିଷେଧ କରାଯାଇଥିବା ବେଳେ କେବଳ ବିଧି ରକ୍ଷା ନିମନ୍ତେ ମାଟି ଉଠା ଯାଇ ଘଟ ପୂଜା କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥି ସହିତ ମାଟି ଉଠା ସମୟରେ ବିନା ବାଜା ବାଣ ସହ ସାମାଜିକ ଦୂରତ୍ବ ରଖି ୪ ଜଣରୁ ଅଧିକ ବ୍ୟକ୍ତି ସାମିଲ ନହେବାକୁ  ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.