Latest Odisha News

ଗୁଡ୍ ଫ୍ରାଇଡେ ପାଇଁ ବିଏମସିର କଟକଣା

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ଗ୍ରାଫ୍ । କିଛି ଦିନ ଧରି ୨୦୦ ଉପରେ ପଜିଟିଭ୍ ସଂଖ୍ୟା ରହିବା ପରେ ଏବେ ୪ ଶହ ମୁହାଁ ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ଖାସକରି ରାଜଧାନୀ ଭୁବନେଶ୍ବରରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ତତ୍ପର ହୋଇଛି ବିଏମସି । ଆସନ୍ତାକାଲି ଗୁଡ୍ ଫ୍ରାଇଡେ ଥିବାରୁ ଏହା ଉପରେ କଟକଣା ଲଗାଇଛି ବିଏମସି ।

କରୋନା ସଂକ୍ରମଣ ପାଇଁ ବିଏମସି ଅଞ୍ଚଳରେ କୌଣସି ସର୍ବସାଧାରଣ ସଭାକୁ ଅନୁମତି ମିଳିବ ନାହିଁ । ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଧାର୍ମିକ ରୀତିନୀତି ହୋଇପାରିବ । ସାମାଜିକ ଦୂରତ୍ୱ ଓ କୋଭିଡ ଗାଇଡ଼ଲାଇନକୁ ନଜରରେ ରଖି ଗୁଡ୍ ଫ୍ରାଇଡେ ପାଳନ କରାଯିବ । ଚର୍ଚ୍ଚରେ ପ୍ରବେଶ ସମୟରେ ମାସ୍କ ସହ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି ।

Comments are closed.