Latest Odisha News

BREAKING NEWS

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ଏବଂ ତାଙ୍କର ବ୍ୟକ୍ତିଗତ ପରାମର୍ଶଦାତା କରୋନା ସଂକ୍ରମଣର ଶିକାର ହୋଇଛନ୍ତି। କେବଳ ସେତିକି ନୁହେଁ ନେପାଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଦାୟିତ୍ବରେ ଥିବା ୭୬ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ସୂଚନା ମୁତାବକ ‌ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ପୂର୍ଣ୍ଣ ରୂପେ ଖାଲି କରାଯିବା ସହିତ ସାନିଟାଇଜ୍‌ କରାଯାଇଛି। ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ କରୋନା ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କ କରୋନା ପରୀକ୍ଷା କରାଯାଇଥିଲା।

ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ନେପାଳ ସେନାର ୨୮ ଜଣ କମାଣ୍ଡ, ନେପାଳ ପୋଲିସର ୧୯ ଜଣ ଅଧିକାରୀ, ୨୭ ଜଣ ସଶସ୍ତ୍ର ଗାର୍ଡ ଫୋର୍ସ ଏବଂ ଗୁଇନ୍ଦା ବିଭାଗର ୨ ଜଣ ଅଧିକାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

Comments are closed.