Latest Odisha News

ବିହାର ନିର୍ବାଚନ: ୫୦-୫୦ ଫର୍ମୁଲାରେ ରାଜି ବିଜେପି-ଜେଡିୟୁ

ନୂଆଦିଲ୍ଲୀ: ବିହାର ବିଧାନସଭା ପାଇଁ ବାଜି ସାରିଛି ବିଗୁଲ । ସମସ୍ତ ରାଜନୈତିକ ଦଳ ଗୁଡିକ ଏଥିପାଇଁ ଆରମ୍ଭ କରିଦେଇଛନ୍ତି ଅଙ୍କକଷା । ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୫୦-୫୦ ଫର୍ମୁଲାରେ ରାଜି ହୋଇଛନ୍ତି । ଜେଡିୟୁ ଏବଂ ବିଜେପି ୫୦-୫୦ ଆସନ ବାଂଟିବା ଫର୍ମୁଲାକୁ ଆପଣାଇଛନ୍ତି । ଖୁବଶୀଘ୍ର ଏନେଇ ସରକାରୀ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

BjdElectrycity

ସୂଚନା ମୁତାବକ ରଜ୍ୟରେ ମୋଟ ୨୪୩ଟି ଆସନ ମଧ୍ୟରୁ ୧୨୨ରୁ ଜେଡିୟୁ ନିର୍ବାଚନ ଲଢ଼ିବ ଏବଂ ୧୨୧ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ଲଢ଼ିବାକୁ ରାଜି ହୋଇଛି । ସେହିପରି ଚିରାଗ ପାସୱାନ୍‌ଙ୍କ ଏଲ୍‌ଜେପି ୧୪୩ ଆସନରେ ପ୍ରାର୍ଥୀ ଦେବାକୁ ସଂକେତ ମଧ୍ୟ ଦେଇସାରିଛି ।

ତେବେ ଜୀତନ ରାମ ମାନଝିଙ୍କ ହମ୍ ପାର୍ଟି ମଧ୍ୟ ଜେଡିୟୁର ୧୨୨ଟି ଆସନରୁ ନିଜର ଭାଗ ବସେଇବେ। ଏପଟେ ଯଦି ଚିରାଗ ପାସଓ୍ୱାନ ଏନଡିଏ ସହ ରୁହନ୍ତି। ତେବେ ବିଜେପି ମଧ୍ୟ ନିଜ ଭାଗର ଆସନରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦେବ। ହେଲେ ଚିରାଗ୍ ବର୍ତ୍ତମାନ ସୁଦ୍ଧା ନିଜର ନିଷ୍ପତ୍ତି ଜଣାଇ ନାହାନ୍ତି।

୨୪୩ ଟି ଆସନ ପାଇଁ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ହେବ। ଅକ୍ଟୋବର ୨୮, ନଭେମ୍ବର ୩ ଏବଂ ୭ ରେ ମତଦାନ ହେବାକୁ ଥିବା ବେଳେ ନଭେମ୍ବର ୧୦ରେ ଫଳାଫଳ ଘୋଷଣା କରାଯିବ।

Leave A Reply

Your email address will not be published.