Latest Odisha News

BREAKING NEWS

ଭୁବନେଶ୍ବରକୁ କରୋନା ଚିନ୍ତା, କଡ଼ାକଡ଼ି ହେବ କଟକଣା

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ବଢ଼ିଲା ଚିନ୍ତା । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏବେ କଡ଼ାକଡ଼ି ହେବ କଟକଣା । ଏହି କ୍ରମରେ ଓଡ଼ିଶାରେ ପୁଣି ଶହେ ଅତିକ୍ରମ କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ କରୋନାକୁ ନେଇ ବଢ଼ିଛି ରାଜଧାନୀର ଭୁବନେଶ୍ବରର ଚିନ୍ତା । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେ କଟକଣାକୁ ବ୍ୟାପକ କରିବାକୁ ଯୋଜନା କରୁଛି ବିଏମସି । ସଂକ୍ରମଣ ରୋକିବା ପାଇଁ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦେଇଛି ବିଏମସି ।

ଆଜି ଭୁବନେଶ୍ବର ଜାଭିଅର ଇନଷ୍ଟିଚ୍ୟୁଟରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇପଡିଛି ପ୍ରଶାସନ । ତୁରନ୍ତ ଏହି ଅନୁଷ୍ଠାନକୁ ସିଲ୍ କରାଯିବା ସହ ନମୂନା ସଂଗ୍ରହ ଆରମ୍ଭ ହୋଇଛି । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କର ଟେଷ୍ଟିଂ କରାଯାଉଛି । ଭୁବନେଶ୍ବରରେ ସଂକ୍ରମଣ ବୃଦ୍ଧି ପାଇବା ପରେ ଏବେ କଠୋର ହୋଇଛି ବିଏମସି । ଲୋକେ ନିୟମ ମାନୁନଥିବାରୁ ଏହାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି ମହାନଗର ନିଗମ । ପ୍ରତିଦିନ ଚେକିଂ ସାଙ୍ଗକୁ ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ ନଜର ରଖାଯିବ । ଅନ୍ୟ ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ଉପରେ କଡ଼ା ନର ରଖାଯିବା ସହ RTPCR ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ ।

Leave A Reply

Your email address will not be published.