Latest Odisha News

BREAKING NEWS

କରୋନା ସତର୍କତା: କଟକଣା ସମୟରେ ଇ-ଲର୍ନିଙ୍ଗ ଯୋଗାଇ ଦେବାକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତରେ ବଢୁଥିବା କରୋନାଭାଇରସ୍ (କୋଭିଡ-୧୯) ମାମଲାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ (ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ) ବନ୍ଦ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି।

ଏହଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ଉପୁଜିବାକୁ ଥିବା ବାଧା ପାଇଁ କ୍ ଅନଲାଇନ୍ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ରାଜ୍ୟର ସମସ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।

ଯଥା ସମ୍ଭବ ପରୀକ୍ଷା ଗୁଡିକୁ ମଧ୍ୟ ସ୍ଥଗିତ ରଖିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ପରାମର୍ଶ ଦେଇଛି। ଯଦି ନିହାତି ପରୀକ୍ଷା ଚାଲୁ ରଖିବାକୁ ପଡେ ତେବେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଏକ ମିଟର ଦୂରତା ରଖାଯିବା ଦରକାର ।

ସୋମବାର କେନ୍ଦ୍ର ସରକାର ଦେଇଥିବା ଏକ ନୂତନ ପରାମର୍ଶରେ ଏହି ନିର୍ଦ୍ଦେଶନାମା ଆସିଛି।

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମ ଜାରି ରହିବ ଏହା ପରେ ସରକାର ପରିସ୍ଥିତିର ସମୀକ୍ଷା କରି ଜନସାଧାରଣଙ୍କ ସୁରକ୍ଷା ହିସାବରେ ଏହାକୁ ପୁନଃବିଚାର କରାଯିବ ।

ସମ୍ଭବ ହେଉଥିଲେ କର୍ମଚାରୀମାନେ ଘରୁ କାମ କରିବାକୁ ଅନୁମତି ଦେବା ପାଇଁ ଘରୋଇ ସଂସ୍ଥା ଗୁଡିକୁ କେନ୍ଦ୍ର ସରକାର ନିବେଦନ କରିଛନ୍ତି।

“ଯଥା ସମ୍ଭବ ବୈଠକ ଗୁଡିକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବା ଆବଶ୍ୟକ ବୋଲି ଏକ ବିଜ୍ଞପ୍ତି ଜରିଆରେ କୁହାଯାଇଛି ”।

Leave A Reply

Your email address will not be published.