Latest Odisha News

BREAKING NEWS

କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ; ବହୁ ରୋଗରେ ଥିଲେ ପିଡିତ

ଭୁବନେଶ୍ୱର: ଭୁବନେଶ୍ୱରର ଏକ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ୩୮ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି ଗୁରୁବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟ୍ ଅନୁଯାୟୀ ସମ୍ପୃକ୍ତ ମହିଳା ଜଣକ କୋଭିଡ ପଜିଟିଭ ଥିଲେ ମଧ୍ୟ ତାଙ୍କର ବହୁ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା ।

ଏପର୍ଯ୍ୟନ୍ତ ଏହାଛଡା ସେପଟିକ ସକ୍ ଓ ମଲ୍ଟି ଅର୍ଗାନ ଫେଲ୍ ପାଇଁ ତାଙ୍କର ଦେହାନ୍ତ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଓଡ଼ିଶାରେ ଏପର‌୍ୟ୍ୟନ୍ତ କରୋନାରେ ହୋଇଥିବା ୯ଟି ମୃତ୍ୟୁ ମଧ୍ୟରୁ ଚାରିଜଣ ଗଞ୍ଜାମରୁ, ଚାରିଜଣ ଖୋର୍ଦ୍ଧା ଏବଂ ଜଣେ କଟକ ଅଞ୍ଚଳର ।

Leave A Reply

Your email address will not be published.